ଆଗକୁ ଯିବାର ନାଁ ଜୀବନ
ଆଗକୁ ଯିବାର ନାଁ ଜୀବନ
ଏତେଦିନ ଧରି
ଏତେକଥା ଶୁଣି ସାରିଲା ପରେ
ଆଖିରେ ଆଖିଏ ରଙ୍ଗ
କାହିଁକି ବୋଳିଦେଲି କେଜାଣି,
ଜୀବନକୁ ଆଉ କେତେବା ଦେଖିଥାନ୍ତି
ଆଉ କାହାର ଚାଟୁବାକ୍ୟ
କାହିଁକି ବା ଶୁଣିଥାନ୍ତି
ଜୀବନ ତ ମୃତ୍ୟୁର ଦିଗରେ
ଧାଉଁଛି ପ୍ରତିକ୍ଷଣ,
ତାହେଲେ ବଞ୍ଚାଅ ବଞ୍ଚାଅ ବୋଲି
ଚିତ୍କାର କରିଥାନ୍ତି କାହିଁକି ଯେ I
ଯୌବନର ନିଆଁ କାଲି ଜଳୁଥିଲା
ଆଜି ସବୁ ନିରବ ନିଥର
ଉପଭୋଗର କଥା ନିତି କହୁଥିବା
ମଣିଷଟିର ନିରବି ଯାଇଛି ସ୍ୱର,
ସମୟ ସହ ପଦ ମିଶାଇ
ଚଲି ନ ପାରିଲେ ତ
ସମସ୍ତେ କହିବେ ପଳାୟନ ପନ୍ଥୀ I
ସେଥିପାଇଁ ତ କହୁଛି
ଅଭିଯୋଗ କରନି
ଅବସୋସ ରଖନି
ଜୀବନ ରାସ୍ତାରେ
ଆଗକୁ ଆଗକୁ ମାଡିଚାଲ
ଯାତ୍ରା କେବେ ତ ସରିବ ନିଶ୍ଚୟ
ପଥଚଲା କ୍ଳାନ୍ତି ନ ଭେଗିଲେ ହେଲା I
