Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ପିଲାଦିନେ ଫେରିଯିବା

ପିଲାଦିନେ ଫେରିଯିବା

1 min
5


ପିଲାଦିନ ଗଲା ଯୌବନ ସରିଲା

ଜଞ୍ଜାଳେ ବନ୍ଧା ଜୀବନ

ହୃଦୟ ବେଦନା କେହି ତ ବୁଝେନା

ମଉଳି ଗଲା ସପନ ।


ପିଲାଦିନ ସ୍ମୃତି ସାଉଁଟି ଆଣିବା

ଗପସପ ଟିକେ ହେବା

ଆସ ମୋ ସଙ୍ଗାତ ମୋ ମନର ମିତ

ପିଲାଦିନେ ଫେରି ଯିବା ।


ପିଲା ଛୁଆ କଥା ସଂସାରର ବ୍ୟଥା

ତେଲ-ଲୁଣର ସଂସାର

ଭୁଲି ଯିବା କ୍ଷଣେ ନାରୀ ମନ ପଣେ

ତୋଳିବା ସ୍ଵପ୍ନ ନଅର।


ସେ ନଅରେ ଥିବ ଆମ କଳରବ

ମନ ଖୁସି ଟିକେ କରିବା

ଆସ ମୋ ସଙ୍ଗାତ ମୋ ମନର ମିତ

ପିଲାଦିନେ ଫେରି ଯିବା ।


କ'ଣ ରନ୍ଧା ହେବ କିଏସେ ଖାଇବ

ଘଡିଏ ମନୁ ଭୁଲିବା

ନିଜ ମନ କଥା ଯେତେ ସବୁ ବ୍ୟଥା

ଜଣେ ଜଣକୁ କହିବା ।


ହୃଦୟ ଖୋଲିବ ହାଲୁକା ଲାଗିବ

ସୁଖ-ଦୁଃଖ ଯେ ବାଣ୍ଟିବା

ଆସ ମୋ ସଙ୍ଗାତ ମୋ ମନର ମିତ

ପିଲାଦିନେ ଫେରି ଯିବା ।


ମୂହୁର୍ତ୍ତେ ଜୀଇଁବା ନିଜର ହୋଇବା

ଘର କାମ ଯିବା ଭୁଲି

ଡାଲି ତରକାରୀ ଭାତ ଆଉ ପୁରି

ଲାଗିବ ନାହିଁ ତ ଚୁଲି ।


ଚାହା କପେ ଧରି ଓଠେ ହସ ଭରି

ସ୍ଵପ୍ନ ରାଇଜେ ବୁଲିବା

ଆସ ମୋ ସଙ୍ଗାତ ମୋ ମନର ମିତ

ପିଲାଦିନେ ଫେରି ଯିବା ।


ହାଲୁକା ନିଦରେ ପଲଙ୍କ ଉପରେ

ପିଲାଦିନ କଥା ଭାବି

ନରକୋଳି ତୋଳା ମାଳତୀର ମାଳା

ସାଇକେଲେ ଦେବା ଚାବି ।


ସାଇକେଲ୍ ନୁହେଁ ଉଡାଜାହାଜ ସେ

ଦୂରେ କାହିଁ ଉଡି ଯିବା

ଆସ ମୋ ସଙ୍ଗାତ ମୋ ମନର ମିତ

ପିଲାଦିନେ ଫେରି ଯିବା ।


Rate this content
Log in

Similar oriya poem from Abstract