ଶାନ୍ତି ଦୂତ ଅଙ୍ଗଦ
ଶାନ୍ତି ଦୂତ ଅଙ୍ଗଦ
ଶାନ୍ତି ଦୂତ ହୋଇ ବୀର ଗଲା ଲଙ୍କାପୁର
ବାଳି ପୁତ୍ର ଅଟେ ସେହୁ ଅଙ୍ଗଦ କୁମାର
ଅତି ଜ୍ଞାନବନ୍ତ
ବୀର ସେହୁ ବଳବନ୍ତ !
ପ୍ରଭୁ ରାମ ବାକ୍ୟ ବୀର କରିଣ ଗ୍ରହଣ
କର୍ତ୍ତବ୍ୟ ଟି ବୀର ତାର କରିଲା ପୂରଣ
ପହଁଚି଼ ଶ୍ରୀଲଙ୍କା
ବାଳି ପୁତ୍ର ଯୁଦ୍ଧ ରଙ୍କା !
ଶୁଣ ଦ୍ଵାରପାଳ ମୁହିଁ ରାମ ଦୂତ ପରା
ଦେବି ଟି ଖବର ଯାଇ ରାବଣକୁ ସାରା
କହିଛନ୍ତି ଯାହା
କହିବି ମୁହିଁ ଟି ତାହା !
ଶୁଣି ଦୂତ କଥା ଯାଇ ରାବଣେ କହିଲା
ଶୀଘ୍ରଯାଅଦୂତ ଆଜ୍ଞା ତୋତେରେ ମିଳିଲା
ଲମ୍ପଟ ରାବଣ
ରତ୍ନସିଂହାସନେ ଜାଣ !
ଭିତର କୁ ଗଲା ଚାରି ପାର୍ଶ୍ୱକୁ ଦେଖିଲା
ବସି ଛନ୍ତି ପାତ୍ର ମନ୍ତ୍ରୀ ଅନାଇଁ ଚାହିଁଲା
କହିଲା ରାବଣ
ଆସିଛୁ କେଉଁ କାରଣ !
ଲାଞ୍ଜ କୁ ଗୁଡ଼ାଇ ଗୁଡ଼ାଇ କଲା ଆସନ
ବସିଲା ତା ଉପରେ କପି ବୀର ନନ୍ଦନ
ଶୁଣ ତୁ ରାବଣ
ଅଙ୍ଗଦ ମୁଁ ଦ
ତ୍ୟ ଶୁଣ !
ରାମ ଦୂତ ମୁହିଁ ପରା ବାଳିର ନନ୍ଦନ
ବାଳି ନାଆଁ ନିଶ୍ଚେ ଜାଣୁ ରାବଣ ଅଜ୍ଞାନ
କାଖରେ ଧରିଣ
ସପ୍ତ ସମୁଦ୍ରେ ତର୍ପଣ !
କହି ଛନ୍ତି ରାମ ଶୁଣ ଧ୍ୟାନେ ତୁ ରାବଣ
ମାତାସୀତାଦିଅ ନେଇ କୋଦଣ୍ଡ ଧାରଣ
ନ ହେଲେ ମରିବୁ
ବା ସୀତେ ଦେଇ ବଞ୍ଚିବୁ !
ବାପକୁ ମାରିଲା ତୋର କରୁ ପ୍ରଶଂସା
ଧିକ୍କାର ତୁ ପୁତ୍ର କରୁ ଅଛୁ ଲୋକହସା
ଶତ୍ରୁର ସାହାଯ୍ୟ
ନାହିଁ କିରେ ରକ୍ତ ବୀର୍ଯ୍ୟ !
ଆମ ସଙ୍ଗେ ମିଶି ପୁତ୍ର କର ଯୁଦ୍ଧ ବାବୁ
ପୁତ୍ରର କାର୍ଯ୍ୟକୁ ତୁହି କରିତ ପାରିବୁ
ନହେଲେ ମରିବୁ
କଳଙ୍କିତ ତୁହି ହେବୁ !
ରାବଣ ର କଥା ଶୁଣି ଅଙ୍ଗଦ ରାଗରେ
ଆଜ୍ଞା ନାହିଁ ରାମଙ୍କର ମାରିଥାନ୍ତି ତୋରେ
ରାବଣ ମୁକୁଟ
ଟାଣିଲା ବୀର ମର୍କଟ !
ଧରମାର ତହିଁ ପୁଣି ଶୁଭିଲା ଚିତ୍କାର
ଘେନିଣ ମୁକୁଟ ନେଇ ଗଲା କପି ବୀର
ରାମ ପାଶେ ଦେଲା
ଘଟଣା ସବୁ କହିଲା !