Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ନବବର୍ଷ ଉବାଚ

ନବବର୍ଷ ଉବାଚ

1 min
4


ଉବୁଟୁବୁ ସର୍ବେ ଆଧୁନିକ ଜଳେ

ସୁପ୍ରଭାତ ବଦଳେ

ଗୁଡ୍ ମର୍ଣ୍ଣିଙ୍ଗ୍ କୁହ ନିତ୍ୟ ସକାଳେ

ମୁଁ କଣ ମନରେ ଥିବି

ଯେମିତି ଆସିବି ସେମିତି ଯିବି

ନା ସ୍ଵାଗତ କରିବ ନା ବିଦାୟ ଦେବ

ମୋ ସଙ୍ଗେ ନାହିଁ କାହାରି ଭାବ

ଦୁଃଖ ଲାଗୁଚି

ପୂର୍ବ ପୁରଷ ମନେ ପଡୁଚି

କରୁଥିଲେ ସ୍ଵାଗତ

ମହକୁଥିଲା ଘର ଅଗଣା

ସଭିଏଁ ଲାଗୁଥିଲେ ମୋର ଆପଣା ।।


ପାର୍ଟି ପିକନିକ ମଉଜ ନାହିଁ

ତେଣୁ ମୋର ଆଦର କାହିଁ

ଅଛି ପଣା ମହକ

ଅବିର ତିଳକ

ମୁଁ ପରା ପ୍ରେମ ପ୍ରତୀକ

ସାଇତି ରଖିଛି ସ୍ନେହ ସିନ୍ଦୁକ

ମିଳନ ପର୍ବ

ଓଡ଼ିଆ ଗର୍ବ

ଆସିଚି ଆସିଚି ମୁଁ ନୂଆ ବରଷ

ମୁଖେ ଦେବି ତୁମ ହରଷ

ତେଜ ମାନ ରୋଷ

ଆସିଚି ମୁଁ ନୂଆ ବରଷ ।।




Rate this content
Log in

Similar oriya poem from Abstract