Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Abstract Inspirational

4.3  

Gobinda Chandra Sethi

Abstract Inspirational

ମାତା ବ୍ରହ୍ମଚାରିଣୀ (ଧବଳବର୍ଣ୍ଣା)

ମାତା ବ୍ରହ୍ମଚାରିଣୀ (ଧବଳବର୍ଣ୍ଣା)

1 min
137


ଦ୍ଵିତୀୟ ଦିବସେ ଆସେ ନବ ରାତ୍ର 

ଦୁର୍ଗାଙ୍କ ଧବଳ ରଙ୍ଗ

ମା' ବ୍ରହ୍ମଚାରିଣୀ ଶୋଭା ପାଉଥାନ୍ତି

ସାଜ୍ଜରେ ବିଭିନ୍ନ ଢଙ୍ଗ ।

ଡାହାଣ ହସ୍ତରେ ରୁଦ୍ରାକ୍ଷର ମାଳ

ବାମ ହସ୍ତେ ଗଡୁ ଧରି

ତପସ୍ୟାରେ ମାତା ଗୁମ୍ଫାରେ ନିମଗ୍ନ

ଏକାଗ୍ର ମନରେ ଧରି ।

ଧରିଥିଲେ ମାତ ସେ ବ୍ରହ୍ମଚାରିଣୀ 

ଶିବଙ୍କୁ ଫେରିବା ପାଇଁ

ତପସ୍ୟାରେ ମାତ ପାର୍ବତୀ ରହିଲେ

ଶଙ୍କର ଆସିଲେ ଧାଇଁ ।

ନାରୀ ଭକ୍ତ ଗଣ ପୂଜା ମଣ୍ଡପରେ

ଧବଳ ବସ୍ତ୍ରେ ଗହଳ

ପୂଜା ଅର୍ଘ୍ୟ ଥାଳି ମିଠା ଫଳ ସଙ୍ଗେ 

ଧରି ଧବଳ କମଳ ।

ଶାନ୍ତି ମୈତ୍ରୀ ମୁକ୍ତି ଅବଶ୍ୟ ମିଳିବ

ଭକ୍ତିରେ କରିଲେ ଧ୍ୟାନ 

ଧବଳ ଅଟଇ ଶୁଦ୍ଧତା ପ୍ରତୀକ

ଆସିବନି ବାଧାବିଘ୍ନ ।

ଧନ୍ୟ ଧନ୍ୟ ମାତା ଦ୍ଵିତୀୟ ଦିବସେ

ବ୍ରହ୍ମଚାରିଣୀର ବେଶ 

ଧରେ ଆବିର୍ଭାବ ଦୁଷ୍ଟକୁ ବିନାଶ

ରଖନ୍ତୁ ସର୍ବେ ହରଷ ।


Rate this content
Log in

Similar oriya poem from Abstract