Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational Thriller

4.3  

Gobinda Chandra Sethi

Inspirational Thriller

ଉତ୍କଳ ଦିବସ

ଉତ୍କଳ ଦିବସ

1 min
25


ଲଢ଼ିଛି ସମର   ଉତ୍କଳ ଯବାନ

   ନିଜ ମାତୃଭାଷା ପାଇଁ

ହୋଇଛି ବିଜୟ  ସବୁରି କ୍ଷେତ୍ରରେ

  କେତେ ମୁକ ସାକ୍ଷୀ ଦେଇ l

ବାରଷ ବଢ଼େଇ  ବାର ବର୍ଷ ଲାଗି

   ଦେଲେ କୋଣାରକ କୀର୍ତ୍ତି

ସାରା ବ୍ରହ୍ମାଣ୍ଡରେ ତାର କାରୁକାର୍ଯ୍ୟ  

   ଲଗାଇଛି କେତେ ପ୍ରୀତି l

କଳିଙ୍ଗ ବିରୋତ୍ୱେ  ଥରିଲେ ଅଶୋକ 

   ରକ୍ତ ନଦୀ ଧାର ଦେଖି 

ଚଣ୍ଡାଶୋକ ଦିନେ  ଧର୍ମାଶୋକ ହେଲା

   ଦୟାନଦୀ ମୁକ ସାକ୍ଷୀ l

ଓଡିଶୀର ନୃତ୍ୟ   ଆମ ଚାରୁ କଳା

    ସଂସାରେ ରଚେ ସୁନାମ

ଧନ୍ୟ ଧନ୍ୟ ଆମ  ଉତ୍କଳ ସନ୍ତାନ

    ବିଶ୍ୱରେ କେତେ ମହାନ l

ଦରିଆ ପାରିରେ  ବୋଇତେ ବାଣିଜ୍ୟ

    ମନରେ ନ ଥିଲା ଭୀତି 

ଅତୀତରେ ସବୁ  ସୁନାମ ଢାଳିଛି

    ସାଧବ ଓଡ଼ିଆ ଜାତି l

ଚାରି ଧାମ ମଧ୍ୟେ  ଶ୍ରୀକ୍ଷେତ୍ର ମହାନ

   ଧନ୍ୟ କାଳିଆ ମହିମା

ଦେଶ ବିଦେଶରେ  ଭରିଛି ଉପମା 

   ଲଙ୍ଘି ଗିରି ସିନ୍ଧୁ ସୀମା l

ଉତ୍କଳ ପ୍ରଦେଶ ଓଡ଼ିଆଙ୍କ ଦେଶ

   ଗଢ଼ା ହେଲା ଆଜି ଦିନୁ 

ଭାଷା ସାହିତ୍ୟରେ  ଶ୍ରେଷ୍ଠ ମାନ୍ୟତା 

   ଉଦୟ ନୂତନ ଭାନୁ l

ଜୟ ହେ ଉତ୍କଳ ଜୟ ହେ କଳିଙ୍ଗ 

  ଜୟ ହେ ଓଡିଶା ବାସୀ

ଭୁଲି ଯିବ ନାହିଁ   ସେ ପୂର୍ବ ପୁରୁଷ

  ନିତ୍ୟ ହୃଦେ ଥାନ୍ତୁ ବସି l


Rate this content
Log in

Similar oriya poem from Inspirational