STORYMIRROR

sunita patel

Abstract

3  

sunita patel

Abstract

ଲାଲ୍ ରଙ୍ଗ

ଲାଲ୍ ରଙ୍ଗ

1 min
216


ଉଦିତ ସୁର୍ଯ୍ୟ ର ସେଇ 

ହାଲୁକା ଲାଲ୍ ରଙ୍ଗର କିରଣ

ଆସି ପ୍ରକୃତି କୁ ନିଦରୁ ଉଠେଇ ଦିଏ

ସତେ ଯେମିତି କବିଟିଏ ସାଦା କାଗଜରେ 

ଲାଲ୍ ରଙ୍ଗର ସ୍ୟାହିରେ ତା ଭାବନାକୁ

ଶବ୍ଦର ପ୍ରହେଳିକା ରେ ଲୁଚେଇ ଦିଏ।

ଲାଲ୍ ରଙ୍ଗର ଶାଢ଼ୀ, ଚୁଡ଼ି ପୁଣି

ଲାଲ୍ ରଙ୍ଗର ଅଳତା ,

ତାର କଣ୍ଢେଇ ଖେଳର ସାକ୍ଷୀ ଥିଲା

ହେଲେ ଯେଉଁ ଦିନ ଲାଲ୍ ରଙ୍ଗର

ସିନ୍ଦୂର ତା ମଥା ରେ ଲାଗିଲା

ସେଇଦିନ ସେ ଖେଳର ଅର୍ଥ ବୁଝିଲା,

ସେଇଦିନ ପୁଣିଥରେ ସିଏ ଜନମ ନେଲା

ଝିଅରୁ ବୋହୂ ବୋଲାଇଲା।

ଲାଲ୍ ରଙ୍ଗର ଆମ ରକତ

ରହସ୍ୟ ହୋଇ ଶରୀର ଭିତରେ ଲୁଚିଥାଏ

ଅନେକ କାହାଣୀ ସାଥିରେ ନେଇ,

ସେଥିପାଇଁ ,

ନା ଶରୀରରୁ ରକତ ଝରିବା ଉଚିତ୍

ନା ରହସ୍ୟ ଖୋଲିବା ଉଚିତ୍

କାରଣ କିଛି ଦୂର୍ଘଟଣା ଲୁଚି ରହିବା ହିଁ ଠିକ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract