STORYMIRROR

sunita patel

Abstract

4  

sunita patel

Abstract

ଭ୍ରମ

ଭ୍ରମ

1 min
281

ମୋ ନାମ ଯେତେବେଳ

ଅତୀତ ପାଲଟିଗଲା,

ନିଜର କହୁଥିବା ଲୋକ ଭି

ମୋତେ ନିଜଠୁ ଦୁରେଇ ଦେଲା।

ଯେଉଁ ନାମକୁ ମୁଁ ମୋର ଭାବୁଥିଲି

ତାହା ମୋର ଭ୍ରମ ଥିଲା,

ଶରୀରର ଅନ୍ୟ ନାମ ଯେ କେବଳ ଶବ

ଶ୍ମଶାନ ପଥ ଅତି ସରଳ ଭାବେ ବୁଝାଇ ଦେଲା।

ମରୁଭୂମିରେ ମରୀଚିକା..... ଭ୍ରମ

ନଭର ନୀଳ...... ଭ୍ରମ

ଚନ୍ଦ୍ରର ଆଲୋକ.... ଭ୍ରମ

ମୋହ ବିନା ପ୍ରେମ...... ଭ୍ରମ

ମୃତ୍ୟୁ ବିନା ଜୀବନ ଭ୍ରମ।

ରାତିରେ ଛାଇ..... ଭ୍ରମ

ରାତି ପାହିଲେ ସପନ .....ଭ୍ରମ

ତା ଖୁସିରେ ମୋ ଖୁସି .....ଭ୍ରମ 

ଉଦ୍ଦେଶ୍ୟହୀନ ଜୀବନ......ଭ୍ରମ

କବିର କଳ୍ପନା......ଭ୍ରମ

ଭକ୍ତି ବିନା ଭକ୍ତ ର ଭାବନା.... ଭ୍ରମ

ସନ୍ନ୍ୟାସୀ ପାଇଁ ସଂସାର.... ଭ୍ରମ

ଶକ୍ତି ବିନା ଶମ୍ଭୁ.....ଭ୍ରମ

ଭକ୍ତ ବିନା ପ୍ରଭୁ..... ଭ୍ରମ 

ମିଛରେ ରଞ୍ଜିତ ସତ... ଭ୍ରମ 

ବିଶ୍ୱାସ ବିନା ସମ୍ପର୍କ...... ଭ୍ରମ 

ଭ୍ରମ ବିନା ଖୁସି ...... ଭ୍ରମ

ଭ୍ରମ ବିନା ସୁନ୍ଦରତା..... ଭ୍ରମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract