STORYMIRROR

sunita patel

Romance

4  

sunita patel

Romance

ପ୍ରତ୍ୟୁତ୍ତରଆଶା କରେନି

ପ୍ରତ୍ୟୁତ୍ତରଆଶା କରେନି

1 min
350


ଆଜିବି ଆଶା କରେନି 

ମୋ ଲେଖିଥିବା ଚିଠି ର ପ୍ରତ୍ୟୁତ୍ତର

ତଥାପି ମୁଁ ଲେଖେ ,

କାରଣ ପଚାରୁଛ କି?? କାହିଁକି??

ଉତ୍ତର ଶୁଣି ହସିବନି,

ମୁଁ ନିଜକୁ ରାଧା

ଓ ...ତାକୁ ....

ରାଧାମୋହନ ଭାବେ।

ହୃଦୟରେ ଶିହରଣ ସୃଷ୍ଟି ପାଇଁ

ତା ସ୍ପର୍ଶ ନୁହେଁ,

ମନରେ ତା କଳ୍ପନା ହିଁ ...ଢେର

ଯେପରି ବୈଶାଖେ ଉତ୍ତପ୍ତ ଧରାକୁ

ଶୀତଳ ହେବା ପାଇଁ 

ପ୍ରବଳ ବନ୍ୟା ନୁହେଁ,

ମୌସୁମର ପ୍ରଥମ ଛୁଆଁ ହିଁ... ଢେର।

ସିଏ ମୋତେ

ସ୍ମୃତିଭରା ସୁନ୍ଦର ଅତୀତ ସହ

ସ୍ଵପ୍ନରେ ଆସିବାର ପ୍ରତିଶ୍ରୁତି ଦେଇଗଲା,

ମୋ ଦିନ ଯାହାହଉ

ରାତିକୁ ମୋର ଅନ୍ଧାର ନୁହେଁ

ମିଠା ମିଠା ସ୍ବପ୍ନ ସହ ନିଦକୁ ମୋର 

ମୁରୁକି ମୁରୁକି ହସରେ ସଜାଇ ଦେଇଗଲା।

କମ୍ ସମୟରେ ବି ସିଏ

ପ୍ରେମ??? ର 

ଉତ୍ତର ଏମିତି ବୁଝେଇଲା ଯେ

ଚିଠିର ପ୍ରତ୍ୟୁତ୍ତର ନୁହେଁ

ଚିଠି ଲେଖିବା ହିଁ ପ୍ରେମ .....

ମୋ ହୃଦୟ ନିର୍ଦ୍ଵନ୍ଦରେ ବୁଝିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance