STORYMIRROR

Sunanda Mohanty

Romance

3  

Sunanda Mohanty

Romance

ଶେଷ କେଉଁଠି

ଶେଷ କେଉଁଠି

1 min
108

ରାତିର ରେଶମୀ ରୂପେଲି ରାଇଜେ

ତୁମେ ଯେ ମହୁଆ ମେଘ

ମୁଁ ଯେ ମାଘର ମହୁର ମୁହାଣେ

ବଳକା ଲୁହର ଦାଗ

ଦିନର ସାଇତା ସୁନେଲି ସପନେ

ତୁମେ ଅସହଜ ଭିଜା ଦିଗ

ମୁଁ ଯେ ଶ୍ରାବଣୀର ଶ୍ରାବଣ କନ୍ୟା

ଆଷାଢ଼ୀ ପଣତ ରାଗ

ସଂଧ୍ୟାର ଅନ୍ଧାର ପୀତ ବସନରେ

ତୁମେ ଶୁଖା ସଳିତାର ଦାଗ

ମୁଁ ଯେ ସକାଳର ଫଲଗୁ ଝରା ନଈ

ତୁମେ ଶୀତ ବସନ୍ତର ଯୋଗ

ପଲାଶ ବନର ଅଳସ ଛାଇରେ

ତୁମେ ମଳୟର ମଧୁ ରାଗ

ଅବଶ ବିବଶ ସାୟାହ୍ନରେ ମୁଁ

ଅବଶିଷ୍ଟ ଉପହାସ ଶେଷ ଭାଗ

ମୟୂରୀ ମାୟାବିନୀ ଆଖିର ନିଶାରେ

ତୁମେ ଶେଷ ବସନ୍ତର ସଂଗ

ଅଧୁରା ବିଧୁରା ପ୍ରଣୟିନୀ ମୁହିଁ

ସାତସୁର ସାତରଙ୍ଗ ପରେ ମୁଁ ଅଷ୍ଟମ ରଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance