STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ମନେଅଛି ଆଉ ମନେଥିବ

ମନେଅଛି ଆଉ ମନେଥିବ

1 min
218


ଚଇତ ର ଏଇ ଚଇତାଳି ସଞ୍ଜେ ମନେ ପଡିଗଲ ସଖୀ

ଗୋଧୂଳି ଲଗନେ ଏ‌ ନୀଳ ଗଗନେ ମୋ ମନରେ ଚିତ୍ର ଆଙ୍କି

ହସ ଓଠ ତଳେ ଦାନ୍ତ ପଂକ୍ତି ମୁକ୍ତା, ହରିଣୀ ପରିକା ଆଖି

ଡାଆଣିଆ ଖରା ତୋ ନାଲି ପଣତ ଗଲାକି ମୋ ଦେହେ ଲାଖି ।।


ବୁଡି ଯାଉଥିବା ରବି ଦେଖାଦେଲେ ଦୁଇ ପାହାଡ ର ଫଙ୍କେ

କିଚିରି ମିଚିରି କରି ଉଡିଗଲେ ବସା ନିମଡାଳ ଗଛେ

ପ୍ରେୟସୀ ମଥାର ସିନ୍ଦୂର ଟୋପା କି ବାରୁଣୀର ଛବି ଆଙ୍କେ

ତୋର ବୀଣାଜିଣା କୋକିଳ ରାଗିଣୀ ଭୁଲିହୁଏ ନାହିଁ ସତେ ।।


ଚଉପାସେ ଦିଗାଙ୍ଗନା ନୃତ୍ୟ ରତ ତୁମ ରୂପେ ରୂପାୟିତ

ସବୁଠାରେ ତୁମେ ପ୍ରତିତ ହେଉଛ ଦିଶେ ଖାଲି ସେଇ ରୂପ

କଳା କୁନ୍ତଳା ତୋ କିମିଆଁ କଲାକି ହୁଏ ଖାଲି ହନ୍ତସନ୍ତ

ଏ ଶୁଭ ସଞ୍ଜେ ତୁମ ଆଗମନେ ଜାଳଇ ଶୁଭ ପ୍ରଦୀପ ।।


ପ୍ରୀୟା ବନ୍ଧନ ବଜ୍ରଶକ୍ତି ସମ କରିପାର କରା଼ୟତ

ତରଳିଯାଏ ତୋ ଉଷୁଊ ନିଶ୍ଵାସେ ମୋ ଧୈର୍ଯ୍ୟ ବରଫ ଘର

ପ୍ରେମ ପାରାବାର ସୁନୀଳ ଲହରୀ ନାହିଁ ଯାର ଆଦି ଅନ୍ତ

ପ୍ରୀୟା ତୋ ପରସେ ଝରିଯାଏ ସଖୀ ଅମୀୟ ପୀୟୂଷ ରସ ।।


ତୁମେ ମାନମୟୀ ମନମୋହିନୀ ମୋ ହୃଦୟେ କରିଛ ଘର

ତୁମ କଥା ମନେ ପଡେ ସୁନାଫୁଲ ତୁମର ସ୍ନେହ ଆଦର

ଅଭୁଲା ସେ ସ୍ମୃତି ଅଭୁଲା ମୂହୁର୍ତ୍ତ ଅପାସୋରା ସେ କାହାଣୀ

ମନେ ଅଛି ମନେଥିବ ପ୍ରୀୟ ସାଥୀ ଆଗୋ ମୋ ପ୍ରେମ ବାୟାଣୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance