STORYMIRROR

Dr Baman Chandra Dixit

Romance Others

3  

Dr Baman Chandra Dixit

Romance Others

ଆଖି ପତା ତଳୁ

ଆଖି ପତା ତଳୁ

1 min
287

ତୁମ ନିରିମାଖୀ ଆଖିପତା ତଳେ 

ଜଳୁଛି ଅଦେଖା ନିଆଁ

ଜଳୁଛି ଜାଳୁଛି ଦିଶୁନାହିଁ କିଛି 

ଉଠୁଛି କୁହୁଳା ଧୂଆଁ।।


ମୁଦି ଦିଅନା ଗୋ ବେନି ନୟନ କୁ

କିଛି ଲାଘବ ନୋହିବ ଦହନ ବି

ଖୋଲା ଆଖି ଠାରୁ ବେଶି ମାରଣା ଗୋ

କଥା କୁହା ତୁମ ମୁଦା ନୟନ ବି

ଏପଟେ ଦହନ ସେପଟେ ଦଂଶନ

ଦାହ ଦହନର ମନ ମୋହନିଆଁ।।

ତୁମ ନିରିମାଖୀ ଆଖି ପତା ତଳେ ।


ନକହି ନକହି କୁହେ ଯେତେ କଥା

ସବୁ ଶୁଣେ ମୋ ଛାତିର ସ୍ପନ୍ଦନ

ସାଉଁଳେଇ ଦିଏ ଛାତି ତଳ ବ୍ୟଥା

ସ୍ନାୟୁ ମୂଳେ ଲେଖେ ଶତ କମ୍ପନ

ଝିନ ଝଙ୍କାର ମନ ବୀଣା ତୋଳେ

ବୁଣେ ବେପଥୁ ଅବୁଝା ଅମାନିଆଁ।।

ତୁମ ନିରିମାଖୀ ଆଖି ପତା ତଳେ ।


ନିରୀହ ନିଶ୍ଚଳ ସରସି ର ନିରେ

ଥାପି ଦେଲେ ଯେହ୍ନେ ଆଙ୍ଗୁଳିର ଛୁଆଁ

ଖେଳି ଯାଏ ତେହ୍ନେ ଢେଉ ଘେରା ଘେରା

ତୁମ ଚାହାଣି ର ଅକୁହା କିମିଆଁ ।।

ଶତ କଲ୍ଲୋଳ ଉଛୁଳା ଉଛୁଳା 

ହେଲେ ସାଗରର ବୁକୁ ଉପାସିଆ ।।

ତୁମ ନିରିମାଖୀ ଆଖି ପତା ତଳେ ।


ମୟଙ୍କର ଅଙ୍କେ ଢାଙ୍କି ଦିଅ ନାହିଁ

ଭସା ବଉଦ ଚାଦର ଅଧା ଅଧା

ଭିଜି ଯିବ ଲବେ ଶୀତ ଶିତ୍କାରେ ଗୋ

ପ୍ରୀତି ପୀୟୂଷ ପ୍ଲାବିତ ଅଙ୍ଗ ଆଭା

ରଙ୍ଗ ତରଙ୍ଗ ଲହଡ଼ି ଭାଙ୍ଗୁ ଥିବ

ଓଦା ଛାତି ତଳେ ନିଶା ମହୁଲୀଆ।।

ତୁମ ନିରିମାଖୀ ଆଖି ପତା ତଳେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance