STORYMIRROR

Sahil Kumar Das

Romance

3  

Sahil Kumar Das

Romance

ପ୍ରେମର କେତେ ଯେ ରଙ୍ଗ

ପ୍ରେମର କେତେ ଯେ ରଙ୍ଗ

1 min
253


ଏ ପ୍ରେମର କେତେ ରଙ୍ଗ...

ସଞ୍ଜ ନଇଁ ଆସିଲେ ମୃଦୁ ମଳୟ ବହିଆଣେ ଫୁଲର ମହକ

ଭାରି ଭଲ ଲାଗେ, ମତୁଆଲା କରିଦିଏ |

ମତୁଆଲା ବି ପ୍ରେମର ଗୋଟେ ରଙ୍ଗ...

ହାଲ୍କା ହାଲ୍କା କାନଭାସ ଭରା ନିଦ ଭରିଦିଏ ଆଖିରେ...

ଗୋଲାପୀ ସଞ୍ଜରେ ଯେବେ ଆଖିପତା ନଇଁ ଆସେ

ଖେଳିଯାଏ ଉନ୍ମାଦନା

ସେ ଉନ୍ମାଦନାରେ ଭାସିଉଠେ ପ୍ରେମର କେତେ ଯେ ରଙ୍ଗ...!

ଗୋଟେ ରାଗିଣୀ

ଗୋଟେ ଯନ୍ତ୍ରଣା

ଗୋଟେ ଚେହେରା

ଆଉ ଗୋଟେ କାହାଣୀ |

ଏମାନେ ସମସ୍ତେ ପ୍ରେମର ଗୋଟେ ଗୋଟେ ରଙ୍ଗ |

ଧାଇଁ ଆସେ ଲାଲ ଟୁକୁଟୁକୁ ସାଧବ ବୋହୁ

ଭିଜା ସକାଳର ଘାସ ଗାଲିଚା ଉପରକୁ

ଲାଜର ଓଢଣୀ ଢାଙ୍କି ଶୁଣେ....ଉଫ...ମେଘ ବେଦନାର ରାଗିଣୀ

ଖୁବ ମନ ଛୁଆଁ...ଯେମିତି ଆଖି ଯମୁନା ଉଠେ ଉଜାଣି

ସେମିତି !! ହଁ ଠିକ ସେମିତି.....ଯେମିତି ପୂର୍ବୀ ରାଗ

ସେମିତି ରାଗିଣୀ ପ୍ରେମର ଗୋଟେ ରଙ୍ଗ...

ଯେଉଁ ବେଦନାରେ ରାଗିଣୀ ନାହିଁ ସେ କି ପ୍ରେମ ?

କୁହୁକ ବାଡ଼ି ଧରି କୁହୁକ କଲା ପରି

ଧୂଆଁଳିଆ ଗୁମ୍ଫାରୁ ଚାହିଁରହିଥାଏ ଧୂଆଁଳିଆ ଆକାଶକୁ

କେବେ ଝରିଯିବ?

ଲୋତକ ଭରା ଆଖିରେ ଚାତକ |

ଖୋଜି ବୁଲୁଥାଏ ଶ୍ରାବଣକୁ

ଯଦିଓ ଜାଣେ ଶ୍ରାବଣ ଆଜି ନିଧଡ଼କ ବେପରବା

ଶ୍ରାବଣ ତାତ୍ସଲ୍ୟ କରି କହେ

ହାଃ ହାଃ ହାଃ ଯେଉଁ ଖୋଜିବାରେ ଯନ୍ତ୍ରଣା ନାହିଁ ସେ କି ପ୍ରେମ ?

ପ୍ରେମର ଆଉ ଗୋଟେ ରଙ୍ଗ, ଚେହେରା

ନୁହେଁ କାମନା, ନୁହେଁ ତାଡନା, ନୁହେଁ ଅପ୍ସରା

ତଥାପି ଭରେ ଉନ୍ମାଦନା |

କାନଭାସ ଆଖିରେ ଝଲସେଇ ଆଣେ ନିଦ ଫାଲ୍ଗୁନୀ

ବେଖିଆଲୀ ମନରେ ଘନେଇ ଆସେ ଅନାମିକା ଚାହାଣୀ

ତାକୁ ଯେବେ ମୁଁ ଅନେଇଦିଏ

ଆଙ୍କି ହୋଇଯାଏ ଗୋଟେ ଚେହେରା ଟିଏ |

କିଛି ଦୂରେ ଫିକା ଫାଲ୍ଗୁନୀ ଭିତରେ ଥାଇ କହେ

ଯାହା ପାଇଁ ଆକର୍ଷଣ ନାହିଁ ସିଏ କି ପ୍ରେମ ?

ବୁଝିପାରେନି ତା ସହ ଥିବା ସମ୍ବନ୍ଧ

ବୋଧହୁଏ ସେ ଚେହେରା ପ୍ରେମର ଗୋଟେ ରଙ୍ଗ !

ନିଦା କାଠ ଟାଏ ପରି ହସିହସି

ମନର ପଦୁଂଅ ଡଙ୍ଗାରେ ବସି

ଅଂକାବଂକା ନଈ ହୋଇ

ଭାବନା ରାଇଜ ଡେଇଁ

ଟହଲ ମାରି ଆସେ

ଲେଖନୀ ମୁନରେ ବସି

ଶେଷ କରିଦେବାକୁ ପଦ ଇତିବୃତି

ଆଉ ସେ ପଦ ହେଉଛି କାହାଣୀର

ଚିରାଚରିତ ପ୍ରେମର

ଅନ୍ୟ ଏକ ରଙ୍ଗ

ନାଁ ତାର କାହାଣୀ |

ମୋ ଭାଇ ମୋ ବାପା

ମୋ ମା, ମୋ ପ୍ରେମିକା ଆଉ ମୋ ସାଙ୍ଗ

କେବଳ ଏଇ ଯିଏ ମତେ କହିପାରେ

ପ୍ରେମର କେତେ ଯେ ରଙ୍ଗ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance