STORYMIRROR

Hitendra Mohanta

Romance

3  

Hitendra Mohanta

Romance

ସ୍ମୃତିରେ ସ୍ମୃତିରେ

ସ୍ମୃତିରେ ସ୍ମୃତିରେ

1 min
279

ରୂପସୀ ଗୋ ତୁମ ସ୍ମୃତିର ପ୍ରାଙ୍ଗଣେ

   ଲାଜକୁଳୀ ଜହ୍ନ ସରଗରୁ ଖୋସି

      ଥିରି ଥିରି କହେ

         ଗହନ ମନର ତୃଷ୍ଣା

ଅମାନିଆଁ ପ୍ରେମ ଉତ୍ତାଳ ତରଙ୍ଗେ

   ଭାସି ହସି ଗାଇ ପ୍ରିୟତମା ଅଙ୍ଗେ

      କୁଳୁ କୁଳୁ ଛନ୍ଦେ

         ନୀଲିମାକୁ ଛୁଏଁ ଜ୍ୟୋତ୍ସ୍ନା ॥

ପ୍ରେୟସୀ ଗୋ ତୁମ ପ୍ରୀତି ଅଗଣାରେ

   ଫଗୁଣ ଓହ୍ଲାଇ ମଳୟ ବୁହାଇ

      କୁହୁ କୁହୁ ତାନେ

        ଝରାଏ ପୁଲକ ବନ୍ୟା

ହୃଦୟ କନ୍ଦରେ ମଧୁ ଶିହରଣ

   ପ୍ରିୟାର ଓଠରେ ଖେଳାଇ ଚୁମ୍ବନ

      ମିଠା ମିଠା ସ୍ୱପ୍ନେ

        ଖୋଜଇ ଅଳସ କନ୍ୟା !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance