ଇଛ୍ଥା ହୁଏ ମୋର
ଇଛ୍ଥା ହୁଏ ମୋର
ତୁମେ ଯେତେ ବେଳେ
ଚଉରାମୂଳରେ ସଂଜ ବତୀଟିଏ ଦିଅ
ଓଢଣା ଭିତରେ ଲୁଚି ରହିଥାଏ
ତୁମର ସେଇ ସୁନ୍ଦର ମୁହଁ।
ଇଛ୍ଥା ହୁଏ ମୋର ତୁମ ପାଖେ ଯାଇ
ତୁମ ସଙ୍ଗେ କଥା ହେବି
ଅତି ସରଗରେ ତୁମର ସ୍ନେହର
ତୁମ ଛବି ଆଙ୍କି ଦେବି।
ଦେଖିବି ତୁମର ଲାଜୁଆ ମୁହଁଟା
ଲାଜେଇ ଗଲାକି ପଡି
ରାଗି କରି ତୁମେ ମୋହରି ମୁହଁକୁ
ଚାହିଁ ରହିଥିବ କି ?