ମୋ ପ୍ରିୟା
ମୋ ପ୍ରିୟା
ଜାଣେନା କାହିଁକି ମୋ ମନ ତୁମକୁ ହିଁ ଖୋଜୁଥାଏ,
ତୁମକୁ ଦେଖିଲେ ସତରେ ମୋତେ ସବୁ ମିଳିଯାଏ ।
ଏମିତି ଵି ସ୍ଵପ୍ନ ନାହିଁ ଯେଉଁଥିରେ ତୁମେ ଅଵା ତ ଯେ ନାହିଁ,
ସ୍ବପ୍ନ ହେଉ ଵା ବାସ୍ତବତା ସବୁଥିରେ ତୁମ ଦେଖାଦିଅ ତହିଁ ।
ଜାଣେନା ମୁଁ ଯେ କାହିଁକି ମୋ ଜୀବନ କଵିତା ଲେଖିଲି,
ଜାଣିଛି ଦିନେଁ ତୁମେ ମୋ ଜୀଵନ କଵିତା କଥାକୁ ବୁଝିବ ଜାଣିଲି ।
କେତେ ଦୂର ଚାଲିଗଲ ପ୍ରିୟା ତୁମେ ମୋତେ ପର କରି,
ତୁମକୁ ଭୁଲିପାରୁନି ମନ ମୋର ଝାଉଁଳିଛି ଶେଫାଳୀ ପରି,
ଆଜି ବି ତୁମକୁ ଭଲପାଏ, ଯେତେ କାଲି ଵି ପାଉଥିଵି ସେତେ,
ତୁମରି ସେଇ ହସ ହସ ମୁହଁ ମୋତେ ପାଗଳ କରିଦିଏ ମୋତେ ।
କେଵେ ଆସିଵ ପ୍ରିୟା ମୋର ,ମୋ ଜୀଵନ ଗଲାପରେ,
ପାଉଁଶ ରୂପୀ ମୋ ମନଟା , ଚାହିଁ ଥିବ ତୁମ ଦାଣ୍ଡ ଦୁଆରେ।