STORYMIRROR

Premananda Kusum

Inspirational Others

4  

Premananda Kusum

Inspirational Others

ମୁଁ କିଛି କହୁଛି

ମୁଁ କିଛି କହୁଛି

1 min
271


ମୁଁ କିଛି କହୁଛି, 

ତୁମେ କେବଳ ଶୁଣ....!


ତୁମେ ମୋତେ ଗ୍ରହଣ କଲ

ବହୁତ ଭଲ କଲ,

ସତ୍ୟଠାରୁ ଦୂରରେ ମୁଁ ଥିଲି 

ଏହାକୁ ହୃଦେ ସ୍ଥାନ ଦେଲ....!


ବର୍ତ୍ତମାନ ଜୀବନ ଧାରରେ 

କେତେବେଳେ ମୁଁ ପ୍ରବାହିତ,

କେତେ ବେଳେ ତୁମେ ପ୍ରବାହିତ 

ପରସ୍ପର ପ୍ରତି ସମର୍ପିତ....!


ଯାହାର ହୃଦୟ ସୁନ୍ଦର ନୁହେଁ 

ମୋ' ପାଇଁ ପଥର ସମାନ,

ନୂଆ ଗତି ମୋ'ର ଦରକାର 

ତା'କୁ ତୁମେ କରିବ ବହନ...!


ପ୍ରଗତିର ନିଶ୍ୱାଃସରେ ମୋ'ର

ଆଙ୍କିଦିଅ ପ୍ରେମ ଚୁମାଟିଏ,

ତୁମେ ମୋ'ର ସବୁକିଛି ଏବେ

ସାଥେ ରହିଥିବି ଜୀବ ଯିବାଯାଏ....!


ଯେଉଁଠାରେ କ୍ଳାନ୍ତ ହୋଇଯିବ

ପାଇବ ସେଠାରେ ମୋତେ,

ଆଶାକୁ ନିରାଶି ବନି,

ତୁମେ ଆଉ ମୁଁ ପରା ଗୋଟେ....!


ମୋ' ପାଇଁ ତୁମେ ମୋ' ଜଗତ, 

ଯମ ହାତୁ ମାଗି ଆଣିଛି 

ତୁମରି ଜୀବନ,

ତୁମେ ହିଁ ହେଉଛ ମୋ'ର ପ୍ରାଣର ସ୍ପନ୍ଦନ,

ଅପାସୋରା ମନର ଉଦ୍ୟାନ...!


ମୁଁ ତୁମ ସତୀ ସାବିତ୍ରୀ 

ସାକ୍ଷୀ ମୋ' ଏ ମାଆ ଧରିତ୍ରୀ...! 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational