STORYMIRROR

Premananda Kusum

Inspirational Others

4  

Premananda Kusum

Inspirational Others

ମା

ମା

1 min
274

ଶରତେ ଆସଇ ପାର୍ବଣ ସମୟ

ହସି ଉଠେ ସାରା ଦୁନିଆ

ସଂସାରର ଦୁଃଖ ଦୂରୀଭୂତ ହେବ

ବିନାଶ କରିବେ ମାଆ

ଦଶଭୁଜା ରୂପେ ଆବିର୍ଭାବ ମାଆ

ଅସୁର ବିନାଶ ପାଇଁ,,

ଚାରିଆଡେ ମା, ପୂଜା ପାଉଛନ୍ତି

ଦୁର୍ଗା ରୂପେ ନାମ ବହି

ନଈ ନାଳ ପାଶେ କାଶତଣ୍ଡୀ ହସେ

ସୁଶୋଭିତ ହୁଏ କ୍ଷେତ

ପତ୍ର, ଫୁଲ, ଫଳ ହୁଏ ସୁସଜ୍ଜିତ

ସୁନ୍ଦର ଦିଶଇ ଜଗତ

କର୍ମ ଯିବି ଲୋକ ଵେବସାୟ ଯୁକ୍ତ

ଓଠେ ହସ ମୁଖରିତ

ବରଷକେ ଥରେ ଏହି ମଣ୍ଡଳେ

ଓହ୍ଲାଇ ଆସନ୍ତି ଧରାକୁ

ସିଂହ ବାହିନୀ ମାଆ ଦୁର୍ଗତିନାଶିନୀ

ସହାୟ ହୁଅନ୍ତି ଆମକୁ

ଶାରଦୀୟ ଦୁର୍ଗା ପୂଜା ପାଉଛନ୍ତି

ମନ ଲୋଭା ଠାଣି ଭାବକୁ

ତୋରଣ ଆଲୋକେ ଆଲୋକିତ ଦିଶେ

ଯାତ୍ରୀଙ୍କର ସାଜ ସଜାକୁ

ଘଟ ଘଟୁଆଳ ଖୋଳ ତାଳେ ତାଳେ

ନାଚୁଛନ୍ତି ହୋଇ ମେଳକୁ

ଭକ୍ତି ଓ ଶ୍ରଦ୍ଧାରେ ମାଆ, ଙ୍କୁ ପୂଜନ୍ତି

ସଂସାର କଲ୍ୟାଣ ପାଇଁକି

ଦୂର କର ମାଆ, ରୋଗ,ଭୟ, ଶୋକ

ଗୁହାରି ଜଣାଏ ଏତିକି...

ଗୁହାରି.... ଜଣାଏ... ଏତିକି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational