STORYMIRROR

Premananda Kusum

Abstract Inspirational Others

3  

Premananda Kusum

Abstract Inspirational Others

ଗଜାନନ

ଗଜାନନ

1 min
185

ହେ ଗଜାନନ ବିଘ୍ନେଶ୍ୱର

  ମୋର ଭକତି ଘେନାକର

ଅଜ୍ଞାନ ମୁହିଁ ଜ୍ଞାନ ନାହିଁ

  ଅଧମ ମୁହିଁ ମାଗେ ଜ୍ଞାନ

ତୁମେ ଯେ ଗଉରୀ ନନ୍ଦନ

   ବିଘ୍ନ କରିବ ବିନାଶନ

ଚରଣେ ତୁମ ମୁଁ ଶରଣ

   ପଶୁଛି ହେ ଗଜ ବଦନ

ମୋ ଅପରାଧ କ୍ଷମା କର

  ଲିଭୁ ମୋ ମନୁ କ୍ରୋଧ ଭାବ

ମନେ ମୋ ଦିଅ ସୁ,ଭାବନା

   ନାହିଁ କୃପା ତୁମ ବିନା

ସଂସାରେ ବଡ଼ ଜ୍ଞାନ ବଳ

   ତା ବିନେ ସବୁ ତୁଛ ହୀନ

ଗଣେଶ ଚତୁର୍ଥୀର ଦିନ

   ଜନ୍ମ ହୋଇଲ ଦେବ କୁଲ

ମୁଣ୍ଡରେ ଚନ୍ଦନର ଟିପା

    କାନ୍ଧରେ ଲମ୍ବିଛି ପଇତା

କଣ୍ଠେ ଲମ୍ବିଛି ରତ୍ନ ହାର

    ଦିଶଇ କେଡେ ମନୋହର

ହସ୍ତରେ ଶୋଭା ବିଦ୍ୟା ପୋଥି

     ବସିଛି ପାଖେ ମୂଷିକ ବାହାନ

ଜ୍ଞାନ ଦିଅ ଆହେ ଗଣେଶ

   ଘେନିବୁ ତୁମ୍ଭର ଆଶିଷ ।


Rate this content
Log in

Similar oriya poem from Abstract