STORYMIRROR

Dr Baman Chandra Dixit

Romance Others

3  

Dr Baman Chandra Dixit

Romance Others

ଖଇ ପାଛିଆର ଧାନ

ଖଇ ପାଛିଆର ଧାନ

1 min
350

ମୋତେ ଖେଳେଇ ଖେଳେଇ ଦେଖନା

ମୁଁ ଖଇ ପାଛିଆର ଧାନ।

ଜଳେଇ ଜଳେଇ ମାରି ତ ସାରିଛ

ତଥାପି ଭରିନି ମନ!


ଚଳେଇ ଚଳେଇ ଚାଲୁଣି ହଲେଇ

ଚାଉଳ ବାଛିଲା ପରେ,

ରହିଯାଏ ଯଦି ସର୍ବସ୍ବ ଆବୋରି

ପରିଚୟ ସ୍ମୃତି ଧାରେ।

ତଥାପି ନିଷ୍ଠୁର କଠୋର ଦୃଷ୍ଟି ର

ଅମାନିଆଁ ମନ ତଳୁ,

ପ୍ରତିବାଦ ତୋଳେ ଯିଏ ଛାତି ତଳେ

ମୁଁ ଗୋ ସେହି ମଲା ଜହ୍ନ।।


ହଜେଇ ସାରିଛି ସାଇତା ସପନ

ଆହତ ମୋ ଅନୁରାଗ।

ଭିଜେଇ ଦେଇଛି ମନ ଉପବନ

ଫଗୁଣେ ଅଦିନ ମେଘ।

କୁଆଁରୀ କାୟାରୁ କାଉଁରୀ କୁହୁକ

ଅପସରି ଗଲା ଯେବେ,

ଶୁଖି ଯାଏ ସିନା ଲୁହ ଧାର ହେଲେ

ବାକି ରହି ଯାଏ ଚିହ୍ନ।।


ଯାତନା ଜଉ ରେ ସଜା ଯା'ର ଜୁଈ

ନିଆଁ ଝୁଲ କୁ କି ଡର!

କ୍ଷଣ ଅନୁକ୍ଷଣ ମରଣ ଆବୋରି

ବଂଚିବା କି ଦରକାର?

ନଡ଼ିଆ କତାର ଦଉଡ଼ି ମୁହଁ ରେ

ଲଗେଇ ଦେଇଛ ନିଆଁ,

ସେ ମୁଣ୍ଡର ନିଆଁ ଏ ମୁଣ୍ଡେ ଲେଖିବ

ପାଉଁଶ ର ଆଲିଙ୍ଗନ।।


ହୁଲି ଡଙ୍ଗା ଖଣ୍ଡେ ଦରିଆ ଏ ପଟେ

ସେପଟୁ ଡାକୁଛି କିଏ?

ମଝିରେ ଉତ୍ତାଳ ଢେଉ ମାଳ ମାଳ

ଉତ୍ତେଜନା ଭରି ଯାଏ।

ଆହୁଲା ହଲେଇ ଭୟକୁ ଭୁଲେଇ

ଜୟ କରିବାର ଆଶା,

ଲିଭି ଯିବା ଆଗୁଁ ଅଲିଭା ଆକାଙ୍କ୍ଷା

ଅନ୍ତିମ ଏ ଅଭିଯାନ।।

ମୁଁ ଖଇ ପାଛିଆର ଧାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance