STORYMIRROR

ବି. ନିରୁପମା

Romance

3  

ବି. ନିରୁପମା

Romance

କରିଛ ହୃଦୟେଶ୍ୱରୀ

କରିଛ ହୃଦୟେଶ୍ୱରୀ

1 min
220


ଏ କି କଥା କୁହ ପ୍ରାଣପ୍ରିୟ ମୋର

ନାହିଁ ବନବାସ ଦୁଃଖ ,

ତୁମ ସାଥେ ଏହି କାନନେ ଭ୍ରମି ମୁଁ

ଲଭଇ ଅଶେଷ ସୁଖ ।


କି ହେବ ମୋହର ହୀରା,ଲୀଳା,ମୋତି

ରାଜସୁଖ ଆହେ ନାଥ ,

ତୁମ ଲାଗି ସବୁ ତୁଚ୍ଛ କରିଛି ମୁଁ

ତହିଁରେ ନ ବଳେ ଚିତ୍ତ ।


ତୁମ ଅର୍ଦ୍ଧାଙ୍ଗିନୀ ସାଜିଅଛି ନାଥ

ସୁଖେ ଦୁଃଖେ ନେବି ଭାଗ ,

ନାହିଁ ମୋର କିଛି ଅଭିଳାଷ ଆଉ

ହୋଇଛି ତ ସେବା ଯୋଗ୍ୟ ।


ଦେଉଅଛ ମୋତେ ଅନାବିଳ ପ୍ରେମ

କରିଛ ହୃଦୟେଶ୍ୱରୀ ,

ଏହା ଠାରୁ ବଳି ଅଛି କେଉଁ ସୁଖ

ଲୋଡ଼ିବି ହେ ଚାପଧାରୀ !!



Rate this content
Log in

Similar oriya poem from Romance