ପ୍ରିୟତମା ପାଇଁ
ପ୍ରିୟତମା ପାଇଁ
ଆଖିପାଇଁ ଲୋଡ଼ା ରଙ୍ଗିନୀ ସପନ
ସପନ କୁ' ଲୋଡ଼ା ରାତି
ରାତିପାଇଁ ଲୋଡ଼ା ବହଳ ଅନ୍ଧାର
ଅନ୍ଧାର କୁ ଲୋଡ଼ା ପ୍ରୀତି ।
ପ୍ରୀତି କୁ' ସୁନ୍ଦର ଭରା ଯଉବନ
ଯୌବନେ ସୁନ୍ଦରୀ ପ୍ରିୟା
ପ୍ରିୟା କୁ' ସୁନ୍ଦର ହସ ଦୁଇଧାର
ହସ କୁ' ପହିଲି ଛୁଆଁ ।
ସେ ଛୁଆଁରେ ଥିବ ଅକୁହା ଆବେଗ
ଆବେଗ ରେ' ଥିବ ଖୁସି
ସେ ଖୁସିରେ ଥିବ ମାନ ଅଭିମାନ
ମିଛେ ଯାଉଥିବ ରୁଷି ।