STORYMIRROR

Saphala Das

Abstract

3  

Saphala Das

Abstract

ପୂଜା ଫୁଲ

ପୂଜା ଫୁଲ

1 min
109


ପୂଜା ଫୁଲ ଟିଏ କର ହେ ଠାକୁର 

ନିତି ଛୁଇଁ ଦେବି ପାଦ 

ତୋ ପାଦ ଯୁଗଳ ଦେହ ଛୁଇଁଦେବ 

ଦେବୁ ଟିକେ ଆଶୀର୍ବାଦ ।


ନିତି ଫୁଟୁ ଥିବି ନୂଆ ଜନ୍ମ ନେଇ 

ମହକିବି ଚଉଦିଗେ 

ମଉଳା ଦେହକୁ କ୍ଷଣେ ଭୂଲିଯିବି 

ତୁ ଥିବୁ ମୋର ନୟନେ ।


ଖୋଜି ବିନି ଧନୀଗରିବ ଅଗଣା 

ନରଖିବି ଭେଦ ଭାବ

ସୂରୁଜ ଦେବତା କିରଣେ ହସିବି 

ସାକ୍ଷୀ ରହିଥିବ ଆଗ ।


ପ୍ରତି ପ୍ରଭାତର ଆଗମନେ ଉଷା 

ଚାହୁଁ ଥିବ ହସି ହସି 

ପୂଜା ଫୁଲ ଟିଏ କର ହେ ଠାକୁର 

ତୋ ଦେହରେ ହେବି ନେଶି ।


ପରଜାପତି ଟି ଘୂରି ବୁଲୁଥିବ 

ମଧୁମକ୍ଷୀ କ୍ଷୁଧା ଭରି 

ସବୁରି ଆଦର ଯତନେ ହସରେ 

ମନ ଯାଉଥିବ ପୂରି।


Rate this content
Log in

Similar oriya poem from Abstract