STORYMIRROR

Rama chandra Pradhan

Abstract Others

3  

Rama chandra Pradhan

Abstract Others

ନୂଆଁଖାଇ

ନୂଆଁଖାଇ

1 min
210


ଆସିଛି ଆସିଛି ଆଜି ନୂଆଁଖାଇ

   ଶ୍ରଦ୍ଧାର ପସରା ନେଇ 

ସମଲାଇ ପୀଠେ ମାଆ ସମଲାଇ 

   ଦିଅନ୍ତି କୃପା ଝରାଇ l

ପଶ୍ଚିମ ଓଡିଶା ପାଳୁଛି ଏହାକୁ 

   ମୁଖ୍ୟ କୃଷି ପର୍ବ ନାମେ 

ଗଣେଶ ପୂଜାର ଗୋଟେ ଦିନ ପରେ 

   ନୂଆଁଖାଇ ପର୍ବ ଜମେ l

ଭାଦ୍ରବ ମାସର ପଞ୍ଚମୀ ତିଥିରେ 

  ଏ ପର୍ବ ପାଳିତ ହୁଏ 

ନୂଆଁ ଜାମା ପିନ୍ଧି ନୂଆଁ ଚାଉଳକୁ 

  ଭୋଗ ପାଇଁ ଦିଆଯାଏ l

ଏହି ଗଣପର୍ବେ ସାରା ପୁରପଲ୍ଲୀ 

   ଉତ୍ସବ ମୁଖର ହୁଏ 

ରାଜା ଠାରୁ ପ୍ରଜା ସବୁ ତ ଏକାଠି 

   ଧନୀ ଗରିବ ନ ଥାଏ l

କିଏ ତ କହଇ ଏହାକୁ ନବାନ୍ନ

   କିଏ କହେ ଭେଟଘାଟ 

ଭାତୃଭାବେ ବନ୍ଧା ଏ ଏକତା ପର୍ବେ 

   ଥାଏ ପରମ୍ପରା ଛାଟ l

ଭେଦଭାବ ଠାରୁ ସଭିଏଁ ଉର୍ଦ୍ଧରେ 

   ନ ଥାଏ ଅଲଣା ଭାବ 

ସ୍ନେହ ପ୍ରେମ ଡୋରେ ସର୍ବେ ଏକାକାର 

    ମନେ ବୁଣି ସଦଭାବ l



Rate this content
Log in

Similar oriya poem from Abstract