STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଜୀବନରେ ଜୀବନ

ଜୀବନରେ ଜୀବନ

1 min
169


କବିର କବିତା ଜୀବନେ ଜୀବନ


ମନ ଭରି ନିଏ ନିତି,


କଳ୍ପନାର ଧାରା ଢେଉ ମାରୁ ଥାଏ


ରଚନା କରେଟି ନିତି।୧।


କରେ ଆରାଧନା ଦେବୀ ସରସ୍ୱତୀ


ବକ୍ରତୁଣ୍ଡ ଗଜାନନ,


ଧ୍ୟାନ ରଖି ସୂର୍ଯ୍ୟକୋଟି ମହାକାୟେ 


ସମପ୍ରଭଃ ଗଜାନନ।୨।


ତାଙ୍କରି ଦୟାରେ ରଚନାଟି ହୁଏ


ଜନତାଙ୍କ ଜ୍ଞାନ ମନ୍ତ୍ର,


କାର୍ଯ୍ୟକାରୀ ହୁଏ ରାଷ୍ଟ୍ରର ନିର୍ମାଣେ


ବୁଝେଟି ଜ୍ଞାନୀ ହିଁ ମନ୍ତ୍ର।୩।


ପ୍ରେମ ଭକ୍ତି ଶ୍ରଦ୍ଧା କୃଷ୍ଣ ରାମ ପଦେ


ନିତି ଧ୍ୟାନ କରୁ ଥାଏ,


ଜଗନ୍ନାଥ ପଦେ ଭକ୍ତି ରଖି ନିତି


କବିତାର ରୂପ ଦିଏ।୪।


ଦେବ ଆଶିର୍ବାଦେ କବିର କଳ୍ପନା


ଜନ ମନ ମହି ନିଏ,


ଦେଶର ଗୌରବ କବିତାର ରୂପ


କବିର ରଚନା ହୁଏ।୫।


ରାଷ୍ଟ୍ର ଭକ୍ତି ହୁଏ କବିତାର ରୂପ


କବିର ପବିତ୍ର ମନେ,


ପ୍ରାକୃତିକ ରୂପ ବର୍ଣ୍ଣନାଟି କରେ


ସୌନ୍ଦର୍ଯ୍ୟ କଲମ ମୂନେ।୬।


ରାଷ୍ଟ୍ରର ନିର୍ମାଣେ ଜନହୀତ କାର୍ଯ୍ୟ


ନିସ୍ବାର୍ଥେ କରେ ବର୍ଣ୍ଣନା,


ଜନତା ମଧ୍ୟରେ କାର୍ଯ୍ୟକାରୀ କରେ


ନ ରଖେ ମନେ କାମନା।୭।


ଦେଶ ଶତ୍ରୁଙ୍କର ତାଣ୍ଡବର ନୀତି


ରୂପ କବିତାର ହୁଏ,


ସତର୍କ ନିମନ୍ତେ ଜନମାନସଙ୍କୁ


ସାବଧାନ କରି ଦିଏ।୮।


ଆତ୍ମନିର୍ଭରଟି ପାଇଁ ହିଁ ରଚନା


ଆତ୍ମବିଶ୍ୱାସଟି ଭରେ,


ଡିଜିଟାଲ୍ ଲାଭ ଜନତାଙ୍କ ପାଇଁ


ରଚନା କବିତା କରେ।୯।


କବିର କବିତା ଜୀବନେ ଜୀବନ


ମନ ଭରି ନିଏ ନିତି,


କଳ୍ପନାର ଧାରା ଢେଉ ମାରୁ ଥାଏ


ରଚନା କରେଟି ନିତି।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract