ମୁଁ ଏବେ ଜାଣୁଛି ବାପାଙ୍କ କଥା
ମୁଁ ଏବେ ଜାଣୁଛି ବାପାଙ୍କ କଥା
ମୁଁ ଏବେ ଜାଣୁଛି ,
ଯଉ କଥାକୁ ବଉ ଲୁଚାଏ
ସେ କଥାରେ ବାପା କାହିଁକି ହୁଅନ୍ତି ବିରକ୍ତ ?
ଆମ ଗାଁ ଦିଗମ୍ବର ମିଶ୍ର
ଆମେରିକା ଗଲେ
ସମାଜରେ ନାଁ ଵାହାରିଛି
କଉ ବାପ ନ ଚାହେଁ ମଣିଷ ହେଉ
ଵିଦେଶ ଯାଉ ତା ପୁଅ , ତା ରକ୍ତ
ମୁଁ ଏଵେ ଜାଣୁଛି ବଉ ଉପରେ ବାପା କାହିଁକି ହେଉଥିଲେ ବିରକ୍ତ
ଲୁଚି ଲୁଚି ବନସୀ ପକାଏ,ମାଛଧରି
ଓଦା ସରସର ଘରକୁ ଫେରେ
ଵିଲରୁ ଫେରି ବାପାଙ୍କ ମୁଣ୍ଡରେ
ଚଢି ଯାଏ ପିତ୍ତ
ଚାରି ପାଞ୍ଚିରୁ ଏଇଟା ଯିବ
ସଞ୍ଜ ହେଲେ ଜର ଆସେ
ଵଉ ମୁଣ୍ଡ ଆଉଁସେ
ମୁଁ ଏଵେ ଜାଣୁଛି ,ରାତିରେ ଲଣ୍ଠନଟେ ଧରି
ପଦନ ମହାନ୍ତି ହୋମିଓପ୍ୟାଥିକ ଦୋକାନରେ
ବାପା କାହିଁକି ବସେ ।
ମଧୁ ସ୍ୱାଇଁ ,ତା ମାଇପଟା
ଆ ପିଣ୍ଡା ତା ପିଣ୍ଡା ହେଉଛି
ଗଣ୍ଡେ ଫୁଟେଇ ଖାଇଵା ପାଇଁ
ଵଉ କହେ ମୋର ଦରକାର
ଘରୁଆ ଵୋହୁଟେ
ମୁଁ ଏବେ ଜାଣୁଛି , ପାଞ୍ଚ ଖଣ୍ଡ ଗାଁ ବୁଲି
ବାପା କାହିଁକି ଖୋଜୁଥିଲେ
ଶିକ୍ଷିତ ଝିଅ ଟେ ,
ପୁତ୍ ନାମକ ନର୍କ ସଵୁ ମିଛ
ମୁଁ ଏଵେ ଜାଣୁଛି ରାଧାମାଧଵକୁ ଚାହିଁ
ଵାପା ଵୋଧେ କହୁଥିଲେ
ସେ ନର୍କରେ ପଡିଥାନ୍ତୁ
ମୋ ପୁଅକୁ ,ମୋ ଛୁଆଙ୍କୁ
ଵିପତ୍ତିରୁ ସଵୁବେଳେ
ଉଦ୍ଧାର କରୁଥା ରାଧାମାଧଵ ।।