STORYMIRROR

Ramachandra Bhutia

Abstract Inspirational

3  

Ramachandra Bhutia

Abstract Inspirational

ରକ୍ଷା କର ହେ ଗଜାନନ

ରକ୍ଷା କର ହେ ଗଜାନନ

1 min
243

ଜୟ ଗଣେଶ ଲମ୍ବୋଦର

ପାର୍ବତୀ ଦେବୀ ଙ୍କ କୁମାର

ସ୍ଥୂଳ ଶରୀର ଏକଦନ୍ତ

ସୁନ୍ଦର ଶୋହେ ଗଜମାଥ ।।


ଅଶେଷ ଜ୍ଞାନ ର ଭଣ୍ଡାର

ବିଦ୍ୟା ବୁଦ୍ଧି ର ଗନ୍ତାଘର

ରିଦ୍ଧି ସିଦ୍ଧି ଙ୍କ ପ୍ରାଣ ପ୍ରିୟ

ସ୍ମରଣେ ଖଣ୍ଡୁ ଭବଭୟ ।।


ପାଶ ଅଙ୍କୁଶ ଧରି କରେ

ବିଜୟ ମୂଷିକ ଉପରେ

ଅମୃତ ମୋଦକ ସେବନ

ତହିଁରେ ତୋର ତୋଷମନ ।।


ଗଳାରେ ଲମ୍ବେ ପୁଷ୍ପମାଲ୍ୟ

ରୁଦ୍ରାକ୍ଷ ସାଥେ ଦୂର୍ବାଦଳ

ଭାଲପଟରେ ଚନ୍ଦ୍ର ଶୋହେ

ଜଗତ ଜନ ମନ ମୋହେ ।।


ସକଳ କର୍ମେ ଅଗ୍ରପୂଜ୍ୟ

କୋଟି ସୂର୍ଯ୍ୟ ଠୁ ବଳି ତେଜ

ବିଘ୍ନନାଶକ ବିନାୟକ

ପ୍ରମଥଗଣଙ୍କ ନାୟକ ।।


ସ୍କନ୍ଦରେ ବାସୁକି ପଇତା

ଅଭୟବର ବିଦ୍ୟାଦାତା

ସ୍ମରଣ ମାତ୍ରେ ତୋର ନାମ

ଦୂର ହୁଅଇ ବାଧାବିଘ୍ନ ।।


ଅନାଥ ନାଥ ଗଣନାଥ

ଅଚିରେ ଦିଅ ପରମାର୍ଥ

ତୁହି ତ ବାରିଧି ବିଦ୍ୟାର

ବର୍ଣ୍ଣିବି ମୁଁ କେତେ ମାତର ।।


ଅଧମ ମୂଢ ଅକିଞ୍ଚନ

ତୋର ପୟରେ ଦେଇ ମନ

କାକୁସ୍ଥେ ମାଗଇ ଶରଣ

ରକ୍ଷା କର ହେ ଗଜାନନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract