STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଜଗନ୍ନାଥ ହେ

ଜଗନ୍ନାଥ ହେ

1 min
183


ଏତିକି ହିଁ ଜ୍ଞାନ ଦିଅ ଜଗନ୍ନାଥ


ଭଜୁ ଥିବି ମୁହିଁ ନିତ୍ୟେ,


ସର୍ବାଙ୍ଗେ ମୋହର ଶକ୍ତି ଭରିଦିଅ


ଚରଣ ପୂଜିବୀ ନିତ୍ୟେ


ଜଗା ଛଡ଼ା ମନ ନ ରହୁ ଅନ୍ୟରେ


ଚକାନୟନରେ ରହୁ


ରହୁ ମନ ପ୍ରାଣ ଚରଣେ ସେବାରେ


ଭକ୍ତି ନିରନ୍ତର ରହୁ


ଜୀବନରେ ପୁଣ୍ୟ ତୁହି ଶ୍ରେଷ୍ଠ ଶିଳ୍ପୀ


ଆରାଧ୍ୟ ଅଟୁ ତୁ ମୋର


ଅର୍ପଣ ଟି ପ୍ରଭୁ ସର୍ବଶ୍ୟ କରିଛି


ରଖିବୁ ଟି ମାନ ମୋର


ଜ୍ଞାନ ପ୍ରେମ ଭକ୍ତି ସମର୍ପଣ ଭାବ


ହୃଦୟର ପୁଣ୍ୟ ଇନ୍ଦୁ,


ଦେଖୁ ଥିବି ତତେ ଚାତକର ପରି


ଅମୃତର ସୁଖ ସିନ୍ଧୁ


ଦୂର ନ କରିବୁ କେଵେ କୃପାସିନ୍ଧୁ


ମନ କଣେ ରଖି ଥିବୁ,


କର୍ମ ଜ୍ଞାନ ଧର୍ମ ସତ୍ୟ ଶ୍ରଦ୍ଧା ଭାବ


ଭକ୍ତିପୂର୍ଣ୍ଣ କରି ଦେବୁ


ରାଷ୍ଟ୍ର କାର୍ଯ୍ୟ ହେବ ଜୀବନରେ ମନ୍ତ୍ର


ଜନସେବା ହେବ ପ୍ରାଣ,


ଧର୍ମ ପଥ ହେବ ଜୀବନର ମାର୍ଗ


ଦାରୁବ୍ରହ୍ମେ ସମର୍ପଣ


ମନ ରହି ଥିବ ତହରି ଭକ୍ତିରେ


କାର୍ଯ୍ୟ ତର କରୁ ଥିବି,


ମନୁଷ୍ୟ ଭିଆଣ ଯେଉଁ ଉଦେଶ୍ୟରେ


କର୍ତ୍ତବ୍ୟରେ ଚାଲୁ ଥିବି


କର ଶକ୍ତିଶାଳୀ ମନ ପ୍ରାଣ ମୋର


କେଭେଁ ନ କର ଭ୍ରମିତ,


ରଖି ଥିବି ଧ୍ୟାନ ଲୀଳାମୟ ପଦେ


ଜ୍ଞାନ ଦିଅ ପ୍ରଭୁ ନିତ୍ୟ


କଳିଯୁଗେ ପ୍ରଭୁ କଳିଯୁଗ ମାୟା


ନ ଆସୁ ପଥରେ ମୋର,


ପତିତ ଉଦ୍ଧାର ବାନା ବହି ଅଛ


ବାଟ କହୁ ଥିବ ମୋର


ଏତିକି ହିଁ ଜ୍ଞାନ ଦିଅ ଜଗନ୍ନାଥ


ଭଜୁ ଥିବି ମୁହିଁ ନିତ୍ୟେ


ସର୍ବାଙ୍ଗେ ମହର ଶକ୍ତି ବଳି ଦିଅ


ଚରଣ ପୂଜିବୀ ନିତ୍ୟେ



Rate this content
Log in

Similar oriya poem from Abstract