STORYMIRROR

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ଅପେକ୍ଷା

ଅପେକ୍ଷା

1 min
5


ହଜି ମୁଁ ଯାଇଛି ସମୟ ଚକ୍ରରେ

ଅସ୍ତିତ୍ଵ ମୋ ଖୋଜି ପାଏନା

ସମୟ ଚାହିଁଲେ ଫେରିବି ନିଶ୍ଚୟ

କେବେ ଓ କେମିତି ଜାଣେନା ।।


ଅପେକ୍ଷାର ଅନ୍ତ ଘଟିବ ସେଦିନ

ମନର ମୟୂରୀ ନାଚିବ

ସମୟର ଚକ ଘୁରି ଘୁରି ପୁଣି

ମୋ ଠାରେ ଆସି ଅଟକିବ ।।


ନିରୋଳାରେ ବସି ଭାବୁଛି ମୁଁ ଆଜି

ସ୍ଵପ୍ନ ଓ ସତର ସମ୍ପର୍କ

ସତ କହେ ହସି ମୋ ପାଇଁ ତୁ ଅନ୍ଧ

ସ୍ଵପ୍ନ କରୁଛି ଭିନ୍ନ ତର୍କ ।।


ସ୍ଵପ୍ନ କହେ ମୋତେ ପାଥେୟ କରି ତ

ଜୀବନ ପଥରେ ଚାଲିବୁ

ରହିବି ନାହିଁ ମୁଁ ଯଦି ତୋ ମନରେ

ଜୀବନ ସାରା ଯେ କାନ୍ଦିବୁ ।।


ସତ କହେ ତେଢି ଧରିଥା ଜାବୁଡି

ସ୍ଵପ୍ନର ସହି ଓ ସଙ୍ଗାତ

ପରିଚୟ ସୃଷ୍ଟି କରିବା ନିମନ୍ତେ

ଦିନେ ଧରିବୁ ସତ ହାତ ।।


ସ୍ଵପ୍ନ ମରୀଚିକା କରିବ ଜଳକା

ଦେଖେଇବ କେତେ ନାଟକ

ଧାଇଁବ ନିଶ୍ଚୟ ଅଚାବୁଆ ହୋଇ

ତାହାରି ପଛରେ ପଥିକ ।।


ସ୍ଵପ୍ନ ଓ ସତକୁ ସମାନ୍ତର କରି

ସମୟକୁ ଅପେକ୍ଷା କରିଛି

ଆଖି ଖୋଲା କରି ସମ୍ପର୍କକୁ ଧରି

ଯୋଜନ ଯୋଜନ ଚାଲୁଛି ।।



Rate this content
Log in

Similar oriya poem from Abstract