Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chaturbhuja Sahoo

Abstract

3  

Chaturbhuja Sahoo

Abstract

ନିନ୍ଦା ବାଜଣା

ନିନ୍ଦା ବାଜଣା

1 min
148



ଯୋଗ୍ଯ ଅଯୋଗ୍ୟ କିଏ ବା ବୁଝିବ

ହତାଦର ମନ ଜାଣେ,

ପର ଭାତ ମିଠା ତିଅଣ ସୁଡୁକେ

ଭାବୁ ଥାଏ ମନେ ମନେ

ପରଚାଳ ତଳ ପର ଦାରା କୋଳ

ବୁଝେକି ଶଙ୍କରା ପୁଅ ?

ପର କଥା ମିଠା ଲାଗେ ବୋଲି ସିନା

ତା' ଛାତିରେ ଆଜି କୋହ ।

ବୋହିଗଲା ନଈ କହିଗଲା କଥା 

ଫେରେନା ବୋଲି ନବୁଝ,

ପ୍ରତିଭାକୁ ବଳି ଦେଇ ଅମଣିଷ

ଆତ୍ମ ସନମାନ ହେଜ ।

ଇଚ୍ଛନ୍ତି ଦାମ୍ଭିକେ ଦୁନିଆ ମୁଠିରେ

ନୀର୍ଲଜ ସେ ଭାବମୂର୍ତ୍ତୀ,

ଜାଣନ୍ତିନି ନିଜ ସ୍ଥାୟିତ୍ବ ଠିକଣା

ଲଭି ଅପଯଶ କିର୍ତ୍ତୀ ।।


           


Rate this content
Log in

Similar oriya poem from Abstract