Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

3  

Mamatamanjari Das

Abstract

(କମଳା) ଆମ ଓଡିଶା

(କମଳା) ଆମ ଓଡିଶା

1 min
168


ଉତ୍କଳ ମାଆର ସନ୍ତାନ ଆମେରେ

ଓଡ଼ିଆ ଆମର ଜାତି

ବଡ ଦିଅଁ ଆମ ବିଶ୍ୱ ପରିଚିତ

ଶୁଣିଲେ ଫୁଲଇ ଛାତି ।


ଆମ ବୀର ଭୂଇଁରେ ଜନମି ଥିଲେ

କେତେଯେ ଓଡ଼ିଆ ପୁଅ

ଆମେ ଓଡିଆ ଆମ ଭାଷା ବଢ଼ିଆ

ଆମେ କାହାଠାରୁ କମ୍ ନୁହେଁ ।


ଆମ ଉତ୍କଳରେ ପୁରି ରହିଛି

କେତେଯେ ଖଣି ଖାଦାନ

ତଥାପି ଆମେରେ ଗରୀବରେ ଗଣା

ନାହିଁ ଆମର ସମ୍ମାନ ।


କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଅଟେ

ଆମ ଏ ଉତ୍କଳ ଭୂଇଁ

ତଥାପି ଆମକୁ ଆମ ସଂସ୍କୃତିକୁ

ପରିଚୟ ମିଳୁନାହିଁ ।


ପଖାଳ କହିଲେ ଓଡିଶାକୁ ବୁଝାଏ

ମୋଦି ଦେଇଥିଲେ ମନ୍ତବ୍ୟ

ଓଡିଶା ଆସି ଯେବେ ଭୋଟ୍ ମାଗନ୍ତି

ସେଇଟା ନୁହେଁକି ତାଙ୍କ ଧର୍ତବ୍ୟ ।


ଆମେ ସବୁ ଜଦି ଏକଜୁଟ୍ ହେବା

ଗରୀବି ଯିବ ଦୂରେଇ

ଓଡିଶା ଆମର ସୁନାର ରାଇଜ

ସେଠି କିଛିର ଅଭାବ ନାହିଁ।


Rate this content
Log in