STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସମୟ ଚକ୍ରର ଅକ୍ଷ ବନ୍ଦ ହୁଏ ନାହିଁ

ସମୟ ଚକ୍ରର ଅକ୍ଷ ବନ୍ଦ ହୁଏ ନାହିଁ

1 min
153


ବିତୁ ଅଛି ଅକ୍ଷ ସମୟ ଚୈତ୍ରମାସଟି ଏବେ

ପ୍ରଭାତେ ହିଁ ନାହିଁ ଶୀତ ଏବେ,               

ରୁଦ୍ରରୂପ ଭୟଙ୍କର ସୂର୍ଯ୍ୟ ଦେବଙ୍କର

ଚୈତ୍ରେ କରୁଛୁ ତାଣ୍ଡବ ଏବେ।


ହେବ ପୁଣି ଶୁଭାରମ୍ଭ ବୈଶାଖ ମାସର

କାର୍ଯ୍ୟକ୍ରମ ହିଁ ସାଂସାରିକ ଯହିଁ,

ହେବ ମାଙ୍ଗଳିକ କାର୍ଯ୍ୟ ଗୃହସ୍ତାଶ୍ରମରେ

ବ୍ରତ ବିବାହ ହେବଟି ତହିଁ।


ଚୈତ୍ରମାସର ମା ମଙ୍ଗଳା ପୂଜା ଗାଁ ଓ ସହରେ

ହେଲା ଭକ୍ତିପୂର୍ଣ୍ଣ ଏହୁ ଧରଣୀ,

ପୁଣି ସେ ଆସିବଟି ଅକ୍ଷ କାଳ ବଳେ

ଚକ୍ରେ ହେବଟି ସମୟ ଅଗ୍ରଣୀ।


ଏକ ଅପ୍ରେଲ ରେ ହିଁ ଉତ୍କଳ ଦିବସ

ଉତ୍ସାହିତ ହିଁ ଉତ୍କଳ ଭୂମି,

ଗଠନ ହୋଇଛି ଉତ୍କଳ ଶୁଭଦିନେ ଏହୁ

ଅଟେ ଏହୁ ଓଡ଼ିଆଙ୍କର ଜନ୍ମଭୂମି।


ସମୟ ଚକ୍ରର ଅକ୍ଷ ବନ୍ଦ ହେବା ନାହିଁ

ସେ ଆସୁଥିବ ପୁଣି ଯାଉ ଥିବ,

କରେ ଚୈତ୍ର ମାସରେ ସୂର୍ଯ୍ୟ ଅତି ମର୍ମାହତ

ସହିବାକୁ ହେବ ଭୋଗିବାକୁ ହେବ।


Rate this content
Log in

Similar oriya poem from Abstract