STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ମନେ ରହିବତ ସିଏ

ମନେ ରହିବତ ସିଏ

1 min
174

ସମସ୍ତେ କୁହନ୍ତି ବିଲେଇଟେ ତାକୁ

ହେଲେ ସେ ମୋର ଗେହ୍ଲା ପୁଅ

ମୋର କେବେ ଯଦି ଦେହ ପୀଡା ହୁଏ

ତା ଆଖିରୁ ଝରେ ଲୁହ ।


ଧୋବ ଫର ଫର ରଙ୍ଗଟି ତାହାର

ନାଆଁ ମୁଁ ଦେଇଛି ଶଙ୍ଖି

ତା'ଚେହେରାକୁ ଦେଖିଦେଲେ ଥରେ

ମନ ରହିଯିବ ଲାଖି ।


ଚାରିପାଖେ ମୋର ଘୁରି ବୁଲୁଥାଏ

ଅତି ଆପଣାର ପରି

ପାଦ ଟିକେ ମୋର ଚାଟିଦିଏ ଆସି

କେତେ ସ୍ନେହ ପ୍ରୀତି ଭରି ।


ପୁଅ ଗଲାପରେ ଭାଙ୍ଗି ପଡିଥିଲି

ବଞ୍ଚିବାଟା ଭୁଲିଯାଇ

ସେବେଠାରୁ ସିଏ ମୋ ପାଖେ ପାଖେ

ରହିଛି ଛାଇଟେ ହୋଇ ।


ମଣିଷ ଜାତିଟା ସ୍ୱାର୍ଥପର ସିନା

ଥାଏ ସ୍ୱାର୍ଥ ଥିବା ଯାଏ

ହେଲେ ପଶୁ ଜାତି ବହୁତ ବିଶ୍ୱାସୀ

ରହେ ଜୀବ ଯିବା ଯାଏ


ଗପ ହୋଇଯିବେ ସବୁଲୋକ ଦିନେ

ମନରେ ରହିବ କିଏ

ପରପାଇଁ ଯିଏ ଜୀଇଁଛି ଜୀବନ

ମନେ ରହିବତ ସିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract