STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ପ୍ରତିଧ୍ୱନୀ

ପ୍ରତିଧ୍ୱନୀ

1 min
231

କାଲି ଯିଏ ହାତ ଯୋଡ଼ି ନେହୁରା ହୋଇ

ସଭାରେ ଅଜାଡ଼ି ଦେଇ ଯାଇଥିଲା 

ପ୍ରତିଶ୍ରୁତିର ମାଳ ମାଳ ମିଛ

ବିଜୟର ଉଲ୍ଲାସରେ ଆଜି ସେ ଉନ୍ମତ,

ଆତସବାଜିରେ କମ୍ପୁଛି ଗଗନ

ଆମେ କିନ୍ତୁ ଠକାମୀରେ ଚିର ଅଭ୍ୟସ୍ତ,

ନା ଆମେ ଅନୁତପ୍ତ, ନା ସାମାନ୍ୟ ଦୁଃଖିତ। 


ପ୍ରତିଧ୍ୱନୀ ଶୁଭିଲାଣି ପଦବୀର ଜୟଗାନର

ଏଥର ଚାଲିବ ଯୋଜନା ପରେ ଯୋଜନା

ନିଜ ଅଣ୍ଟି ପୁର୍ଣ କରିବାର,

ଯେଉଁ ପାଦ ଘର ଘର ବୁଲି

ମାଗୁଥିଲା ନିଜ ସିଂହାସନର କାଠ ଖଣ୍ଡମାନ

ଆଜି ସେ ପାଦ ଯୋଡ଼ିକ ବାଟ ଖୋଜିଲାଣି 

ନିଜ ମାଟିଠାରୁ ଅପହଞ୍ଚ ହେବାର


ସେମାନଙ୍କ ବିଜୟର ମହୋତ୍ସବ ଠିକ ପରେ ପରେ

ଆରମ୍ଭ ହୁଏ ଆମ ମାନଙ୍କର ଦୁର୍ଦ୍ଦଶା

ଉତୁରି ଗଲା ପରେ ରାତିକର ନିଶା

ଉଡ଼େଇ ଦେଲା ପରେ କେଇଟା ପଇସା,

ଆଉ ସେ ଦମ୍ଭିଲା ହାତ ଯୋଡ଼ିକ ଯୋଡ଼ି ହେବାକୁ

ପୁଣି ଲାଗିଯିବ ପାଞ୍ଚବର୍ଷ

ଆରମ୍ଭ ହୋଇଗଲାଣି ମୁଲଚାଲ ଓ ଲାଭ ଅଙ୍କକଷା,

ପ୍ରତିଥର ପରି ଆମେ ନିରୁପାୟ କାଠର କଣ୍ଢେଇ

ଖେଳ ସରିଗଲା ପରେ

ଆମେ ସବୁ ଗୋଟେ ଗୋଟେ ଅଧାମରା ପଶା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract