STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ମୋତେ ଲାଜ ଲାଗୁଛି

ମୋତେ ଲାଜ ଲାଗୁଛି

1 min
160

ଲାଜ ଲାଗୁଛି ଆଜି ମୋତେ କହିବାକୁ ଆମ ରାଇଜ ଖବର 

କି ଅବା କହିବି ସରମରେ ନଇଁ ଯାଉଅଛି ମୋହର ଶୀର 

ନାହିଁ ନାହିଁ ଭାବର ଏଠାରେ ତ ଘଟିଛି ଅତୁଲ୍ୟ ସମାହାର 

ତଥାପି ରାଇଜ ମୁଖିଆ ଆମର କରନ୍ତି ଶୀର୍ଷ ସ୍ଥାନ ଅଧିକାର।

ରାଇଜଟା ମୋର ଅଟଇ ନିହାତି ପଛୁଆ ଦରିଦ୍ର ଅନଗ୍ରସର

ବିଭିଷିକା ରଚୁଛି ଏଠି ଦାରିଦ୍ର୍ୟ ଅପମୃତ୍ୟୁ ଅର୍ଦ୍ଧାହାର ଅନାହାର 

ପୁରପଲ୍ଲୀରେ ଶୁଭୁଛି ବୁଭୁକ୍ଷୁ ଜନତାର ବିକଳ ହାଃ ଅନ୍ନ ଚିତ୍କାର 

ତଥାପି ଛାମୁ ଆମର ସାରା ଦେଶରେ ବାରମ୍ବାର ଏକ ନମ୍ବର।

ବିଲବାଡି ଆମର ପଡିଛି ପଡିଆ ମାଟିପୁଅ ବିଦେଶେ ଖଟୁଛି ଦାଦନ

ଅଭାବୀ ବିକ୍ରିରେ ପ୍ରତାରିତ ଚାଷୀକୂଳ ମଣ୍ଡିରୁ ଉଠୁନି ତାହାରି ଧାନ 

ବହିରାଗତ ଅଣଓଡ଼ିଆ କେଇଟା ଲୁଟୁଛନ୍ତି ଖଣି ଖାଦାନ ବାଗାନ 

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଆମ ରାଜ୍ୟର ସ୍ଥିର ସୁଦକ୍ଷ ପ୍ରଶାସନ।

ହୁ ହୁ ହୋଇ ବଢି ଚାଲିଛି ନାରୀ ନିର୍ଯ୍ୟାତନା ଯୌନ ଉତ୍ପୀଡ଼ନ 

ରାଇଜେ ଚାଲିଛି ସ୍ବେଚ୍ଛାଚାରୀ ଏକଛତ୍ରବାଦୀ ଅନ୍ଧାରୀ ଶାସନ 

ସଭିଏଁ ସବୁ କିଛି ଦେଖୁଛନ୍ତି ମାତ୍ର ନସ୍ଫୁରେ କାହାରି ମୁଖରୁ ବଚନ

ଛାମୁଙ୍କ ଖୁସିରେ ଆତ୍ମହରା ହୋଇ ସବୁଠି ଛୁଟୁଛି ମଦିରାର ପ୍ଲାବନ।

ଚହଟଚିକ୍କଣ ବିଦ୍ୟାଳୟରେ ଝୁଲୁଛି ତାଲା ନାହାନ୍ତି ତ ସେଠି ମାଷ୍ଟର

ନାର୍ଯ୍ୟ ଦାବି ହାସଲ ପାଇଁ ରାଜଧାନୀ ରାଜରାସ୍ତାରେ ଜାଳନ୍ତି ଜାଗର

ସ୍ବାସ୍ଥ୍ୟସେବା କଥା କଣ ବା କହିବି ଡକାୟତ ପାଲଟିଗଲେଣି ଡାକ୍ତର

ବିନା ହାତଗୁଞ୍ଜାରେ ରୋଗୀ ଚିକିତ୍ସା କରିବାକୁ ଇଚ୍ଛା ହେଉନି କାହାର।

ଶୁଖିଗଲାଣି ଆମ ରାଇଜର ଜୀବନରେଖା ମହାନଦୀର ଜଳ ଧାରା

ପ୍ରତିଶ୍ରୁତି ଆକାଶ କଇଁଆ ଚିଲିକା ମାଛ ଜନତା ହାତେ ନଦିଅଇ ଧରା

କି ଆଉ କହିବି କହିଲେ କି ହେବ ଫେରିକି ଆସିବ ଆମର ସୁଦିନ?

ଭଙ୍ଗା ଦଦରା ଭିଟାମାଟିରେ ମୁହିଁ ନିତି ଦେଖୁଛି ଆକାଶେ ଚକା ଜହ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract