STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସୁନ୍ଦର ମୋର ଗାଆଁଟି

ସୁନ୍ଦର ମୋର ଗାଆଁଟି

1 min
151


 


ସୁନ୍ଦର ମୋ ଗାଆଁଟି


ଭଲ ଲାଗେ ତାହାରି କୋଳଟି କରେ ମୁଗ୍ଧ ସେ ମତେଟି,


ଜନମ ମୋର ତାହାରି କୋଳେ,


ଖେଳିଛି ମୁହିଁ ସାଥିର ମେଳେ।


କିଏ ସେ ହେବ ତାହାରି ସରି


ନୁହେଁ ତୁଳନା କାହାରି ପରି


ଅଟେ ସେ ମୋର ଗାଆଁଟି


ନ ଭୁଲିବି ତାକୁଟି।


ଯାହା ଭି ଆଜି ପାଇଛି ମୁହିଁ


ତାର ସଂସ୍କାରେ ବଢିଛି ମୁହିଁ।


ଭାଷା ଜ୍ଞାନ ଜନନୀ କୋଳୁ


ଓଡ଼ିଆ ଶିକ୍ଷା ସାଥିଙ୍କ ମେଳୁ।


ମୋର ଏ ଛୋଟ ଗାଆଁଟି


ସମ୍ମାନ ହେ ତାକୁଟି।


କରେ ଆଦର ନିତ୍ୟେ ତାହାରି


ଭଲ ଲାଗେ ଟି ନଦୀ ପୋଖରୀ।


ଲାଗେ ଭଲ ଟି ଆମ୍ବ ଉଦ୍ୟାନ


ମନ୍ଦିରେ ଭକ୍ତିର ସେ ସ୍ବନ୍ନ,


ହୁଏ ପ୍ରଫୁଲ୍ଲ ମନ।


ଶଙ୍ଖ ଧ୍ବନି ଟି ସଞ୍ଜ ସକାଳେ,


ଶିବ ମନ୍ଦିର ତାହାରି କୋଳେ।


ରାଧାକୃଷ୍ଣର ମନ୍ଦିର ତହିଁ


ଗୁଞ୍ଜେ ଭକ୍ତି ଟି ଯହିଁ,


ମୋର ଗାଁ ଟି ତହିଁ।


ନାମ କଳାବାଡିଆ ତାହାର


ବିଚ୍ଛନ୍ନାଚଳେ ବାସ ଏହାର


ଓଡ଼ିଆ ଗାଆଁ ଟି ଅଟେ ଏଠାର


କାଳିଆ ଭକ୍ତି ଯହିଁର


ନା ଗୁଞ୍ଜେ ନିରନ୍ତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract