STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ସୁଦିନର ଅନନ୍ତ ପ୍ରତୀକ୍ଷାରେ

ସୁଦିନର ଅନନ୍ତ ପ୍ରତୀକ୍ଷାରେ

1 min
150


ସୁଦିନ! ସତେ ତୁମେ କେବେ ଆସିବ କି ଆମ ଆଡ଼େ?

ତୁମକୁ ନେଇ ଚାହା ଖଟିରେ ଚର୍ଚ୍ଚା ଚାଲିଛି ଚାରିଆଡ଼େ

ଶୁଣି ଶୁଣି ତୁମ ଶୁଭ ଆଗମନର ନଭଶ୍ଚୁମ୍ବୀ ଭାଷଣ

ଆଜିକାଲି ଆମର ମନ କର୍ଣ୍ଣ ପୀଡ଼ା ହୁଅଇ ଭୀଷଣ!!

ଘୋଟିଲାଣି କୂଟୀର କ୍ଷୁଦ୍ର ମଧ୍ୟମ ଶିଳ୍ପକୁ ଆର୍ଥିକ ଦୁସ୍ଥିତି

ଅମୁହାଁ ଦରଦାମ ବୃଦ୍ଧି ଆଣିଛି ରାଷ୍ଟ୍ର ପାଇଁ ଚରମ ଦୁର୍ଗତି

ଦିନୁ ଦିନ ଖସୁଛି ଦେଶରେ ବିତ୍ତୀୟ ଅଭିବୃଦ୍ଧିର ହାର

ଆଉ କେତେ ଦିନ ଏମିତି ଅନ୍ଧ ମୁକ ବଧିର ବିଚାର??

ଜନତା ମାରଣ ପ୍ରିୟାପ୍ରୀତି ତୋଷଣର ଐକିକ ଧାରାରେ

ମେହନତି ଖଟିଖିଆ ସଚ୍ଚୋଟ ମଣିଷ ପଡ଼ଇ ବଳି ଏଥିରେ

ବିଦେଶୀ ସିନ୍ଦୁକରୁ କଳାଧନ ଫେରାଇ ଆଣିବା ଆଶାରେ

କି ଲାଗିଲା ଗ୍ରହଣ କେହି ବି ଧରୁନି ସେ କଥା ତୁଣ୍ଡରେ!!

ରାଷ୍ଟ୍ରୀୟ ସମ୍ପଦ ସବୁ ହୋଇଛି ଠୁଳ ପୁଞ୍ଜିପତିଙ୍କ ପାଶରେ

ରାଷ୍ଟ୍ରାୟତ୍ତ ଉଦ୍ୟୋଗର ହେଉଛି ବିନିବେଶ ମୁଦ୍ରା ବଜାରେ

କିଣି ନିଅନ୍ତି ମୁଷ୍ଟିମେୟ ଏହାକୁ ଶାଗ ମାଛର ସୁଲଭ ମୂଲ୍ୟରେ

ବ୍ଯାଙ୍କ ଆଦି ଅର୍ଥଲଗାଣକାରୀ ସଂସ୍ଥା ଆଜି ଘୋର ସଙ୍କଟରେ!!

ଆଜି ବି ଜୀଅଁନ୍ତି ଜନତା ଖାଦ୍ୟ - ବସ୍ତ୍ର - ବାସଗୃହର ସ୍ବପ୍ନରେ

ଦେଶର ନାମ ଶୋଭା ପାଉଛି ସର୍ବାଗ୍ରେ ବିଶ୍ବ କ୍ଷୁଧାର୍ତ୍ତ ସୂଚୀରେ

ଅକାଳେ ଝରି ପଡ଼ନ୍ତି କେତେ ଯେ' ଦେବଦୂତ ଉତ୍ତମ ଭୂମିରେ

ରୋଗ-ଭୋକ-ଶୋକ-ଅସହାୟତା ଦାରୁଣ ଯନ୍ତ୍ରଣା ବୋଧରେ!!

ନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଯେତେ ସବୁ ପାଣିରେ ଗାର

ଭାଷଣ ଭାଷିବା ସହଜ ସୁଦିନ ଯେ' ଜାଦୁଗରର ମାୟାଜାଲ

କିଛି କିଛି ପଡୁଛି ବୁଝା ହେଉ ପଛକେ ଢେର୍ ବିଳମ୍ବରେ

ତଥାପି ରହିଛି ସରଳ ମନ ସୁଦିନର ଅନନ୍ତ ପ୍ରତୀକ୍ଷାରେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract