STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

କବିତାର ରୂପରେଖ

କବିତାର ରୂପରେଖ

1 min
148

ଲେଖିବାକୁ ଥିଲା ଅନେକ

କହିବାକୁ ଥିଲା ଅନେକ

ଶବ୍ଦର ତାଲିକା ସୀମିତ ସତ୍ତ୍ୱେ

କବି ଆଙ୍କି ଦେଲା

କବିତାର ରୂପରେଖ ।


ଦୁଃଖ ମିଶା କିଛି

ଅଳନ୍ଧୁ ଲଗା ଅତୀତ

ସୁଖର ଠିକଣା ହଜାଇ

ଜୀବନ ବହିର ପୃଷ୍ଠା ପରେ ପୃଷ୍ଠା ଭରି ଚାଲେ

ଅନାବନା ଭାବନାରେ ସଜାଇ।


ଅଲୋଡ଼ା ମଣିଷ ମନରେ ଆକ୍ରୋଶ

ଅଭିମାନ ଭରା କଣ୍ଠରେ ନିରାଶ

ଯେତେ ପାଶୋରି ଚାହେଁ ସମୟକୁ

ନିର୍ଲିପ୍ତ କରି ନିଜ ଆବର୍ତ୍ତମାନକୁ

ହାରି ସବୁକିଛି ଖୋଜେ ପରିବର୍ତ୍ତନକୁ।


ଶେଷୋକ୍ତିର ପରିଭାଷା ବୁଝାଏ କାହିଁକି

ଇତି ନୁହେଁ ବରଂ ଅନ୍ତରାତ୍ମାର ସଦଗତି

ଶବ୍ଦର ତାଲିକା ସୀମିତ ସତ୍ତ୍ୱେ

କବି ଆଙ୍କି ଚାଲେ,

କିଛି ଅସମାହିତ କବିତାର ରୂପରେଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract