STORYMIRROR

Chaturbhuja Sahoo

Classics

4  

Chaturbhuja Sahoo

Classics

ସନ୍ଦେହ

ସନ୍ଦେହ

1 min
241


ଈଶ୍ୱର ସୃଷ୍ଟିରେ ସ୍ତ୍ରୀ ପୁରୁଷ କେବଳ ଦୁଇଟି ଜାତି 

ବିପରୀତ ଲିଙ୍ଗୀ ସୁଲଭ ସ୍ବଭାବ ମନରେ ଜଗାଏ ଭୀତି 

ଏକୁ ଭିନ୍ନ ଆନ ବଞ୍ଚିବା ମୁସ୍କିଲ ଯଦିଓ ବିରୋଧାଭାସ 

ତଥାପି ଜୀବନ ବଞ୍ଚେ ଅୟସରେ ପିଇ ପିଇ ପ୍ରୀତି ରସ । !୪!


ନାରୀ ପୁରୁଷର ପୁରୁଷ ନାରୀର ଦେଖ ସନ୍ଦେହ କ୍ରୀଡା

ଯଦିଓ ଏକାଠି ବଞ୍ଚିବା ପାଇଁକା ଦାମ୍ପତ୍ୟ ଜୀବନେ ଛିଡ଼ା 

କେତେ ସ୍ନେହଶ୍ରଦ୍ଧା ଆପଣାପଣେ ଗଢା ପ୍ରେମର ମନ୍ଦିର 

ଟିକିଏ ସନ୍ଦେହ କର୍କଟ ସମ କରିଦିଏ। ଚୁରମାର । !୮! 


ଅଟ୍ଟଳ ପ୍ରୟାସ ଅଟ୍ଟଳ ଜିଦ୍ଦିରେ ପାଲଟେ ତାସ'ର ଘର 

ବିପରୀତ ଦିଗେ ଏକାତ୍ମା ମଣିଷ ବଢାନ୍ତି ପାଦ ତାଙ୍କର

ଭାଙ୍ଗି ଯାଏ ସିନା ମନର ପ୍ରୟାସ, ମନ ଖୋଜେ ମନଟିଏ

ନାରୀ ଓ ପୁରୁଷ କେବେ କି ଅଭିନ୍ନ 

ଚନ୍ଦ୍ର ସୂର୍ଯ୍ୟ ଥିବାଯାଏ । !୧୨!


କର୍କଟ ସମ ମନର ମଇଳା କର ମନରୁ ବାରଣ 

ହେ ନାରୀ ପୁରୁଷ, ନିଃସନ୍ଦେହ ରହୁ ତୁମ ପ୍ରେମ ଜାଗରଣ । !୧୪ !



Rate this content
Log in

Similar oriya poem from Classics