STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କାଗଜ ଫୁଲ

କାଗଜ ଫୁଲ

1 min
159

ଅଳପ ଆୟୁଷ ତଥାପି ହସେ

ରଙ୍ଗ ଅହଙ୍କାରେ ସମୀରେ ଭାସେ,

ବାସ ତାର ଥାଉ ନଥାଉ ପଛକେ

ଜୀବନ ତା ବିତେ ସଦା ହରଷେ। 


ଝାଉଁଳେନା କେବେ ଝରି ସେ ଯାଏ

ଶେଷ ବେଳ ଯାଏଁ ସେ ହସୁଥାଏ,

ଖିଲି ଖିଲି ହସି ପଥିକ ମୋହେ

ବାଟବଣା ହୁଏ ବାଟୋଇଟିଏ। 


କାଗଜ ଫୁଲ ଯେ ତା ପରିଚୟ

ନଥାଏ ତା ତିଳେ ଶତ୍ରୁଙ୍କ ଭୟ,

ନାହିଁ ଦୁଃଖ ମନେ ନାହିଁ ଶୋଚନା

ଯୌବନ ପରି ସେ ଆନନ୍ଦମୟ। 


ଏମିତି ହୁଅନ୍ତା କି ମୁଁ ଯୌବନେ

ହସି ବିତରନ୍ତି ସୁଧା କାନନେ,

ଜରା ବ୍ୟାଧି କିଛି ଆସିବା ଆଗରୁ

ଫେରିଯାନ୍ତି ମୃତ୍ୟୁ ପର ଭୁବନେ। 


ଯେଉଁ ବାର୍ଦ୍ଧକ୍ୟରେ ଅପରେ ଚାହିଁ

ବିତିଯାଏ ଦିନ ଅକର୍ମ ହୋଇ,

ଯେଉଁ ବୟସର ନଥାଏ ମୂଲ

ଲାଭ କିବା ସେହି ଜୀବନ ଥାଇ। 


ସଦା ରଙ୍ଗ ଭରା ହୁଅନ୍ତା ତନୁ

ଉମଙ୍ଗର ସ୍ୱର ଶୁଭନ୍ତା ମନୁ,

କାଗଜ ପୁଲର ଶୁଣି କବିତା

ସଦା ଯୁବା ଇଛା ଜାଗଇ ତେଣୁ। 


Rate this content
Log in

Similar oriya poem from Abstract