ତୃତୀୟ ପୁରୁଷ( ତିନୋଟି ଏକପଦୀ )
ତୃତୀୟ ପୁରୁଷ( ତିନୋଟି ଏକପଦୀ )
ଏକ ( ଗଛ...)
ବିଭାବରୀ ଶେଷେ ମଲାଜହ୍ନ ଦେଖି
କଇଁ କାନ୍ଦେ କଇଁ କଇଁ ।
ଶିଶିର ନୁହେଁ ଏ ଲୋତକ ଝରାଏ
ଗଛ କାନ୍ଦେ ଚାହିଁ ଚାହିଁ ।
ଦୁଇ (ଭ୍ରମର...)
ଜହ୍ନ ଆଉ କଇଁ ଜଣେ ଜଣ ପାଇଁ
ପ୍ରଗଳ୍ଭର ଗୀତ ଗାଏ ।
କୋମଳ କଇଁର ମଧୁକୁ ଭ୍ରମର
କାମନାରେ ହରିନିଏ ।
ତିନି (ଈଶ୍ୱର...)
ଜନମ ଦେଇକି ପରିଚୟ ଦେଲେ
ହଜିଲେ ସମୟ ସ୍ରୋତେ ।
ଯା' ନାମ ତୁଣ୍ଡରେ ରହିବା ଘୋଷୁଛି
ମୋ ଜୀବନ ପରାରାତ୍ରେ ।