STORYMIRROR

suvendu Meher

Abstract

3.9  

suvendu Meher

Abstract

ଦୀପାବଳି

ଦୀପାବଳି

1 min
226



ତେଲ ଜଳେ

ସଳିତା ବି ଜଳେ

ତଥାପି ଆମେ କହୁ 

ଦୀପ ବୋଲି

ସବୁରି ଦୁଆରେ

ଜଳେ ଏକା ବେଳେ

ତାକୁ ତ କୁହାଯାଏ ଦୀପାବଳି ।


ମୁଣ୍ଡ ନିର୍ଗତ ଝାଳର ବଳେ

ବାଣ ଫୋଟକା

ଇତ୍ୟାଦିର ଆଳେ

ପାଳିତ ହୁଏ ଦୀପାବଳି

ଖରା ରେ ରହି

ଅମଳ କରିଥିବା 

ଟଙ୍କାର ଦେହରେ 

ମରାହୁଏ ଦିଆସିଲି ।


ଯେତେ ଜାଳୁଛ ଜାଳ

ଏ ଯୁଗ ତ ହେଉଛି କାଳ

ଏମିତି ବାଣ ଟିଏ ନ ଫୁଟାଇଲେ

କଣ ବା ହେବ ଅମଙ୍ଗଳ ।


ହୃଦୟ ଦେଇ 

ଭକ୍ତିର ସଳିତା ଜାଳ

ନାହିଁ ଆଉ

ରାମରାଜ୍ୟର ବେଳ

ଖାଲି ପରମ୍ପରା ନାମରେ

ସ୍ମୃତିକୁ ସାଉଁଟିବା କେବଳ ।


Rate this content
Log in

Similar oriya poem from Abstract