STORYMIRROR

Chinmaya Kumar Nayak

Abstract Romance

4  

Chinmaya Kumar Nayak

Abstract Romance

ଅଭିମାନର ଆୟୁଷ

ଅଭିମାନର ଆୟୁଷ

1 min
298

ମାପିବାକୁ ଯାଇ ତୁମ ଅଭିମାନର ଆୟୁଷକୁ

ମୁଁ ବିଫଳ ହୁଏ ସବୁଥର ପରି

କେବେ ଛନ୍ଦି ହୁଏ ତୁମ ଅଭିନୟର ବୁଢ଼ିଆଣି ଜାଲେ

କେବେ ଭ୍ରମି ହୁଏ ତୁମ ମୁଖଭଙ୍ଗୀର ଘନ କୁହୁଡ଼ିରେ,

ସତରେ ମୁଁ ଧନ୍ଦି ହୁଏ ଅନେକ ପ୍ରୟାସ କରି

କେବେ ବୁଝିବାରେ ଓ କେବେ ବୁଝାଇବାରେ। 


ତୁମ ସେ ଅଭିମାନୀ ରୋଷ କ୍ରୀଡା ଯେତେ

ମୋ ଆଗରେ ରଖିଦିଏ ଅନେକ ଅସମାହିତ ପ୍ରଶ୍ନର,

ମୁଁ ଧାଇଁଯାଏ ଝାଉଁଳା ପଦ୍ମ ପାଖୁଡ଼ାରୁ

ସାତତାଳ ପଙ୍କ ପର୍ଯ୍ୟନ୍ତ ଖୋଜିବାକୁ ଉଚିତ ଉତ୍ତର,

କିନ୍ତୁ ତୁମେ ତୁମ ନାରୀତ୍ବର ସ୍ୱତନ୍ତ୍ରତା ପ୍ରତିପାଦିତ କର

ପ୍ରତିଥର ପରି ଅବୁଝା ହେବାର। 


ବିଳମ୍ବ ହେଉ ପଛେ ସେ ସେ ନିଆଁ କିନ୍ତୁ ଲିଭେ

କେବେ ଉଷ୍ମତାର ଆଲିଙ୍ଗନେ ଭରି

କେବେ ଜାଲିଦେଇ କିଛି ନିରୁତା ଜୀବନୀ

କିନ୍ତୁ ହେଉ ପଛେ ରୁକ୍ଷ ଓ ନିରସ

ଭରିଦେଇ ଯାଏ କିନ୍ତୁ ଅବସାଦ ଭରା ଶୁଷ୍କ ଜୀବନରେ

କେବେ ପ୍ରଣୟର ମଧୁର ଯାମିନି

ଓ ଯନ୍ତ୍ରଣାର ସ୍ୱାସ୍ଥ୍ୟ ସଂଜୀବନୀ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract