STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ବୃନ୍ଦାବନେ ବସନ୍ତ ରାସ

ବୃନ୍ଦାବନେ ବସନ୍ତ ରାସ

1 min
265


ଜୟ, ଜୟ ହେ ବ୍ରଜ ବିହାରୀ

ଜୟ ଜୟ ବୃନ୍ଦାବନ ଚନ୍ଦ୍ର ବଂଶୀଧାରୀ 

ଯଶୋଦା ହୃଦ ଚନ୍ଦନ କେଶବ କଂସାରୀ ।


ଷଡରୁତୁ ଷଡରାସ କରିଛ ରଚନା

ବସନ୍ତ ରାସ ରସିକ ଗୋପେ “ଗୋପାଙ୍ଗନା

ମେଳରେ” ଦୋଳ ଉତ୍ସବ କରି ନରହରି

ପ୍ରେମ ଫଲ୍-ଗୁ ରଙ୍ଗେ ରାଧାରାଣୀ ସଙ୍ଗେ “ହୋଲି

ଖେଳେ” ଧରି ପିଚକାରୀ, ଜୟ ହେ ବ୍ରଜ ।


ଅଭୁଲା ସେ ପ୍ରେମରଙ୍ଗ ଅମୀୟ ତରଙ୍ଗ

ଅନନ୍ତ ଅଭିନ୍ନ ନୈସର୍ଗୀକ ପ୍ରେମ ରାଗ

କାମନା ବାସନା ଭିନ୍ନ “ସମର୍ପିତ କରି

ଜୀବନ” ସେବିଲେ ଷୋଡଷ ସହସ୍ର ନାରୀ

ମାନ ରଖିଲ ମୁରାରୀ, ଜୟ ହେ ବ୍ରଜ । 


ଦୀପ,ଦିହୁଡି,ହୁଳା ଆଲୋକେ ଆଲୋକିତ

ବିମାନେ ଆସନ୍ତି ରାଧା ସଙ୍ଗେ ନନ୍ଦ ସୁତ

ଚାଚେରୀ ଲୀଳା ରଚିଲେ ବ୍ରଜେ ବନମାଳୀ

ରାଧା ପ୍ରମେ ବାଇହୋଇ ସେ କୁଞ୍ଜ ବିହାରୀ

ଭାରତ ଯୁଦ୍ଧ ପ୍ରଭାବାରୀ, ଜୟ ହେ ବ୍ରଜ ।


ଅପ୍ରାକୃତ ପ୍ରେମ ନୀରେ ସର୍ବେ ଜୁଡୁସୁଡୁ

ଭବ୍ୟ ଦିବ୍ୟ ଚେନାର ସେ ତରଙ୍ଗ ଲହରୁ

ଉଦ୍ଭାସିତ ହୁଏ ଦେଖ ଜ୍ଞାନ ଦିନମଣି

ପ୍ରେମମୟ ଭୁମି ଭୁମା ରଙ୍ଗ ତରଙ୍ଗିଣୀ

ବାଜେ ରେ ପ୍ରେମ ମୂରଲୀ, ଜୟ ହେ ବ୍ରଜ ।


ରଙ୍ଗେ ଯମୁନାର ଜଳ ଦିଶେ ନୀଳ ନୀଳ

ତନ୍ମଧ୍ୟେ କହ୍ନେଇ ଦିଶେ ଅବା ନୀଳୋତ୍ପଳ

ରାଈ ଗୋରୀ ଦିଶେ ଅବା ସତେକି ବିଜୁଳି

କନକ ଚମ୍ପା କିଶୋରୀ ଚନ୍ଦ୍ରଶେଣା ନାରୀ

ମହତ ଦେଲାଣି ସାରି, ଜୟ ହେ ବ୍ରଜ ।


ମଣିଷେ ମଣିଷ ବାଦ ଅଵୁଝା ସେ ଭାବ

ବସନ୍ତ ରାସ ପ୍ରେମର ଅମୀୟ ଚରିତ୍ର

ଜୀବ ସଂସାର ତରୀର ସେ ଦକ୍ଷ ନାଉରୀ

ଯାହା ପ୍ରେମେ ମଜ୍ଜି ପାର ହେଲେ ଗୋପ ନାରୀ

ତା ପଦେ ଶରଣ ଗଲି, ଜୟ ହେ ବ୍ରଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance