STORYMIRROR

Bijayananda Nahak

Romance

3  

Bijayananda Nahak

Romance

ତୁମେ ଚାଲି ଆସ

ତୁମେ ଚାଲି ଆସ

1 min
169

ତୁମେ ଚାଲି ଆସ

ସୂର୍ଯ୍ୟାସ୍ତର ବେଳେ।


ଚାଲି ଆସ ତୁମେ

ମିଞ୍ଜି ମିଞ୍ଜି ତାରାଙ୍କ ମେଳେ।


ଗାଈଗୋଠ ବଣୁ 

ଫେରିବାର ବେଳେ।


ଗାଁ ଦାଣ୍ଡେ ଧୂଳି 

ଉଡ଼ିଲା ବେଳେ।


ମନ୍ଦିର ରୁ ଘଣ୍ଟି

ସୁଭିବାର ବେଳେ


ଚାଲି ଆସେ ରାଧେ

ଜେନ୍ନେ ଶ୍ୟାମଙ୍କ କୋଳେ ।


ପ୍ରେମ ଅନୁ ରାଗି ତୁମ

ଯୁବକ କୁମାର।


ଥିବ ତୁମ ବାଟ ଚାହିଁ

ସଂଜ ନଇଁ ବାର ।


ନିତ୍ୟ ପକ୍ଷୀ ଫେରିବାର

ବେଳ ହେଲେ ସଂଜେ।


ତୁମେ ନିଶ୍ଚେ ଆସିବ ଗୋ

ଭାବି ବାଟ ଜଗେ।


ପ୍ରିୟା ପ୍ରିୟ ତମ ହେବା

ତ୍ରିସନ୍ଧ୍ୟାରେ ଭେଟ।


ପ୍ରଣୟ ଶୃଙ୍ଗାରରସ

ଆସ୍ଵଦନେ ରତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance