Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijayananda Nahak

Romance Classics Others

4  

Bijayananda Nahak

Romance Classics Others

କଥା ପଦେ

କଥା ପଦେ

1 min
228


କଥା ପଦେ ତୁମ - ଅମୂଲ୍ୟ ସମ୍ପଦ

ସମ୍ପଦେ ଅବା ବିପଦେ ।


କଥା ପଦେ ତୁମ - ହୁଏ ଆଶ୍ଵାସନା

ଯେବେ ରହି ଥାଏ ମୁହି ବିଷାଦେ।୧।


କଥା ପଦେ ତୁମ - ମନ ମୋହିନିଏ

ଜିଁବାକୁ ପ୍ରାଣବାୟୁ ଯେ ସତେ।


କଥା ପଦେ ତୁମ - ଜୀବନର ଶ୍ରେଷ୍ଠ

ଅମୂଲ ତା ମୂଲ ମୋର ଜଗତେ।୨।


କଥା ପଦେ ତୁମ - ଚିରକାଳ ପାଇଁ

ପ୍ରତିଶୃତି ହୋଇ ରହି ଯାଏ।


କଥା ପଦେ - ସେଇ ପ୍ରତିଶୃତି ରୂପେ

ଆଜୀବନ ସାଥେ ଥାଏ।୩।


କଥା ପଦେ ତୁମ - ଚାଲିବା ପଥେ ମୋ

ବଢ଼ିବାକୁ ଶକ୍ତି ଦିଏ ପାଦେ।


କଥା ପଦେ ତୁମ - କୋମଳ ନିର୍ମଳ

ସେନେହର ବନ୍ଧ ସେହି ବାନ୍ଧେ ।୪।


କଥା ପଦେ ତୁମ - ଲୋଡା ଯେ ମୋ ପାଇଁ

ହେଉ ପଛେ ରାଗେ ଅବା ଭାବେ।


କଥା ପଦେ ତୁମ - ତୁମ ଠୁ ନଶୁଣି

ନିର୍ଜୀବ ଏ ଜୀବ ପରିଲାଗେ।୫।


କଥା ପଦେ କୁହ ମାନେ ଅଭିମନେ

ସେତକ ହିଁ ବେଶୀ ପ୍ରିୟ ମତେ।


କଥା ପଦେ ତୁମ ଶୁଣିବା ଆଶାରେ

ରହିଛି ରହିବି ଏହି ଭବେ।୬।


କଥା ପଦେ ତୁମ - ଶୁଣିବା ପାଇଁ କି

ନ ମାନି ମୁ ଗ୍ରୀଷ୍ମ ଝଡି କାଳ।


ଦୂର ଦୁଆରନ୍ତରୁ କେତେ ଯେ ଧାଇଁଛି

ନ'ବିଚାରି ସ୍ଥାନ, କାଳ- ବେଳ।୭।


କଥା ପଦେ ତୁମ - ଶୁଣିବା ପାଇଁ କି

ପାଗଳ ପାରୟେ ହୁଏ।


କଥା ପଦେ ତୁମ - କଣ୍ଠ ଧ୍ଵନୀ ଆଜି

ଭାରି ମନେ ପଡୁ ଥାଏ।୮।


କଥା ପଦେ ତୁମ - ଶୁଣିବା ମୋ ପାଇଁ କି

ସତେ ଅବା ସାତ ସ୍ବପ୍ନ।


କଥା ପଦେ ଅଧେ - ଅବୁଝା କାରଣେ

ସଂପର୍କ ହୋଇଛି ଭଗ୍ନ।୯।


କଥା ପଦେ କେବେ - ହେବାର ଆଶାରେ

ଆଶା ବାନ୍ଧି ଅଛି ମନେ।


କାଳେ କେଉଁ ସ୍ଥାନେ, କେଉଁ ମୁହୂର୍ତରେ

ମିଳିଯିବ ଦିନେ ତୁମେ।୧୦।


କଥା ପଦେ ନୋହି - ସାତ ପର କଲା

ନୀଷ୍ଟୁର ଏ ଅଭିମାନ


ତୁମେ ଆଗ କୁହ - ତାପରେ କହିବି

ଏହି ଭାବେ କଟି ଯାଏ ଦିନ।୧୧।



Rate this content
Log in

Similar oriya poem from Romance