STORYMIRROR

Bijayananda Nahak

Romance

3  

Bijayananda Nahak

Romance

ପୁଅ ପିଲା ବି କାନ୍ଦନ୍ତି

ପୁଅ ପିଲା ବି କାନ୍ଦନ୍ତି

1 min
222

ପୁଅ ପିଲା ବି କାନ୍ଦନ୍ତି

ଶେଯ ଉପରେ ଛାତକୁ ଅନେଇ।


ପୁଅ ପିଲା ବି କଇଁ କଇଁ

କେବେ ଭୋ ଭୋ ହେଇ।


ବୋଉଠୁ ଲୁଚେଇ, ନନା ଠୁ

ଦୂରେଇ, କାଳେ ଭାଇ ଦେଖି ଦେବେ।


ଲୁହକୁ ପୋଛଇ, ମୁହଁ କୁ 

ଧୁଅଇ ବେଗେ ବେଗେ।


କିଛି ହେଇଯାଉ, କେହିନ ଦେଖନ୍ତୁ

ପୁଅ ଟି କାନ୍ଦୁଛି ବୋଲି ।


ଉପରେ ସବଳ,ଭିତରେ ଦୃବଳ

ନ'ଯାଉ ଗୁମର ଖୋଲି ।


ସୁଖିଛି କି ପାଇଁ ମୋ ଧନ'ର ଦେହ

ମନ ତା' କାହିଁକି ଉଦାସ।


ଏଭଳି ପ୍ରଶ୍ନ ମୋ ବୋଉ ଯେବେ କରେ

ମନେ କୋହ ଭରେ ତୁରନ୍ତ ।


କହିନ ପାରଇ ମନର ବେଦନା

ପ୍ରଣୟ ବିରହେ ଆଜି।


ହୃଦୟର ଭଙ୍ଗା- ଦରଦକି ବୋଉ

ଆଗରେ ମୁ ବର୍ଣି ପାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance