Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Romance

2.6  

Rama chandra Pradhan

Romance

ପ୍ରେମ ଚିଠି

ପ୍ରେମ ଚିଠି

1 min
185


ସାହସ ହେଉନି ଏତେ ବଡ଼ କଥା

କେମିତି କହିବି ଆସି

କହିପାରେ ନାହିଁ ଭଲପାଏ ବୋଲି

ଜୀବନ ଠୁ ତୋତେ ବେଶି ।


ସେଥିପାଇଁ ଆଜି ସାହସ ଜୁଟାଇ

ଲେଖୁଛି ମୁଁ ପ୍ରେମଚିଠି

ମୋ ମନ କାଗଜ ସଫେଦ ପୃଷ୍ଠାରେ

ପ୍ରେମରଙ୍ଗ ଟିକେ ମାଠି ।


ଭାବୁଛି ଅଳପ ହସୁଛି ମୁଁ ବେଶି

ମନେ ଭାଳି ତୋ'ରି କଥା

ସ୍ମୃତିକୁ ସାଉଁଟି ଜାବୁଡି ଧରିଛି

ସ୍ବପ୍ନ ଶେଜେ ରଖି ମଥା ।


କାଗଜଟେ ବୋଲି ଭାବିବୁନି ପ୍ରିୟା

ପଢ଼ି ମୋର ପ୍ରେମ ଚିଠି

ଚିଠି ନୁହେଁ ସେତ ମୋ ମନ ଗହନେ

ପ୍ରେମବୋଳା ଅଠାକାଠି ।


ମୋ ପ୍ରେମ ସନ୍ତକ ସେ କାଗଜ ଚିଠି

ଚିରିବୁନି କେବେ ପ୍ରିୟା

ପ୍ରୀତି ଚୁମ୍ବନରେ ସଦା ଚୁମୁଥିବୁ

ଲଗାଇ ପ୍ରେମର ମାୟା ।


ପ୍ରେମ ଆଳାପରେ ଭାବକୁ ପଖାଳି

ଦେଉଥିବୁ ଟିକେ ହସି

ଚିଠିର ଉତ୍ତର ଚିଠିରେ ଲେଖିବୁ

ଭାବନା ରାଇଜେ ଭାସି ।



Rate this content
Log in

Similar oriya poem from Romance