କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-57 : ତାରା : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-57 : ତାରା : -ଡକ୍ଟର କୃତ୍ତିବାସ ନାୟକ
ତାରାହୋଇ ତୁମେ ଦେଖା ଦିଅନାହିଁ ତମସା ଭରା ଜୀବନେ,
ଅତୀତକୁ ମୋର ଖୋଲି ଦିଅନାହିଁ-ଝୁରିମରେ ମନେ ମନେ | (ଘୋଷା)
ବସନ୍ତ ଆସିଲେ ଛୁଇଁ ଯାଅନାହିଁ ମଳୟ ମରୁତ ହୋଇ,
ଅଜାଣତେ ମୋତେ ଛାଡ଼ି ଯାଅନାହିଁ ଶିଶିରେ ଭିଜେଇ ଦେଇ |
ଶରତର ନୀଳ କାଚକେନ୍ଦୁ ଜଳେ ଦେଖା ଦେବନି ସପନେ,
ତାରାହୋଇ ତୁମେ ଦେଖା ଦିଅନାହିଁ ତମସା ଭରା ଜୀବନେ | (1)
ଶୀତ ସକାଳର କାକର ପରଶ ଛୁଆଇଁ ଦେବନି ମୋତେ,
ବଇଶାଖୀ ତୁମେ ଜାଳି ଦିଅନାହିଁ ଜଳି ସାରିଛି ମୁଁ ସତେ |
ବରଷା ରାତ୍ରିରେ ଶ୍ରାବଣୀ ଗୋ ତୁମେ ପକାଇବ ନାହିଁ ମନେ,
ତାରାହୋଇ ତୁମେ ଦେଖା ଦିଅନାହିଁ ତମସା ଭରା ଜୀବନେ | (2)

