STORYMIRROR

Ambuja Mohanty

Romance Others

3  

Ambuja Mohanty

Romance Others

ସ୍ମୃତି ତୁମେ

ସ୍ମୃତି ତୁମେ

1 min
179


ସ୍ମୃତି ତୁମେ ବିରହର ଯନ୍ତ୍ରଣା

ହୃଦୟ ପ୍ରାନ୍ତ ରେ ସାଇତା

ଖଣ୍ଡେ ଭିଜା କାଗଜ ର ବିଛଣା

ତୁମେ ପ୍ରେମ ପୁଣି ତୁମେ କେବେ ଘୃଣା .......(୧)




ସ୍ମୃତି ତୁମେ ଜୀବନର ଅଭିଧାନ

ସଂସାର ରଙ୍ଗମଞ୍ଚ ର ଅଭିମାନ 

ତୁମେ ପୁଣି ଫାଲଗୁନ ର ବର୍ଣ୍ଣନା

ପୂର୍ଣ୍ଣମୀ ଚାନ୍ଦ ର ତୁମେ ଜ୍ୟୋତ୍ସ୍ନା ........(୨)




ସ୍ମୃତି ତୁମେ ଭାବମୟ ଆଲେଖ୍ୟ

ତୁମେ ପୁଣି ଗତାୟୁ କୁ ପରଖ

ତୁମେହିଁ ମାନବ ଜୀବନ ସଂରଚନା

ତୁମେ କେତେ ସାକ୍ଷୀ ପୁଣି ତୁମେହିଁ ପ୍ରେରଣା ........ (୩)




ସ୍ମୃତି ତୁମେ କବିର ସର୍ଜନା 

ତୁମେ ପୁଣି ଲେଖକ ର ବର୍ଣ୍ଣନା

ତୁମେ ଯନ୍ତ୍ରୀ ର ଯନ୍ତ୍ର ଆଉ ଶିଳ୍ପୀ ର କଳ୍ପନା

ଚିତ୍ରକର ଅାଙ୍କେ ତୁମ ରୂପ ଅନ୍ନପୂର୍ଣ୍ଣା ........(୪)




ସ୍ମୃତି ତୁମେ ଆସ ନିର୍ଜନେ ନିରନ୍ତରେ

ରାତ୍ରୀ ମଧ୍ୟାହ୍ନ କିମ୍ବା ଗୋଧୂଳି ରେ

ତୁମ ସ୍ୱରୂପ ଲଗ୍ନହିନ ଯୁକ୍ତି ହିନ

ତୁମେ ମୋ ପାଇଁ ବ୍ୟଥା ପୁଣି ସମ୍ମାନ ........(୫)




ସ୍ମୃତି ତୁମେ ପ୍ରେମ ର ମନ୍ଦିର

ତୁମେ ଅସରନ୍ତି ଗଳ୍ପର ସମାହାର

ତୁମେ ସତ୍ୟ ଶିବ ପୁଣି ସୁନ୍ଦର

ନାହିଁ ତୁମର କିଛି ରୂପାନ୍ତର .......(୬)


ସ୍ମୃତି ତୁମେ ସମ୍ପର୍କର ଲମ୍ବା ପଥ

ତୁମେ ହିଁ ଆଦ୍ୟ ପୁଣି ତୁମେ ଅନ୍ତ

ତୁମେ ମୋନାଲିସା ହସ ପରି ମଧୁର

ତୁମେ ପୁଣି କାକଟସ୍ ପରି କଠୋର .......(୭)



ସ୍ମୃତି ତୁମେ ଶ୍ରାବଣର ଭିଜା ସକାଳ

ତୁମେ ହିଁ ପ୍ରେମିକା ଓଠର ହସ କଲ୍ଲୋଳ

ତୁମ ପାଇଁ ଜୀବନ ପୂର୍ଣ୍ଣ

ହେଲେ ହୋଇଛି ମଧ୍ୟ ତୁମ ଗରିମା କ୍ଷୁର୍ଣ୍ଣ.......(୮)



ସ୍ମୃତି ତୁମେ କେତେ କ୍ଷତାକ୍ତ ପ୍ରଣୟ ସାକ୍ଷୀ

ତୁମେ ହିଁ ତ ଜୀବନ ପୁଣି ତୁମେ ହିଁ ମୁକ୍ତି

ପ୍ରେମର ଭାଷା ତୁମେ ବିରହ ର ରାଗ

ତୁମେହଁ ଦେଇଛ ଜିବନ ବଞ୍ଚିବା ମାର୍ଗ । .......(୯)



ସ୍ମୃତି ତୁମେ ଶୁଖିଲା ମାଟିର ତୃଷ୍ଣା

ତୁମେ ଆତୁରିତ ପ୍ରାଣେ କଳାମେଘର ଆଶା

ତୁମେ ପୁଣି ବଜ୍ର ସହ ବିଜୁଳୀ ନିନାଦର ନିଶା

ତୁମେ ପୁଣି ସ୍ଵାତୀ- ଜଳବିନ୍ଦୁ ଚାତକ ମନର ନିଶା ......(୧୦)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance